ମୁମ୍ବାଇ ୩୧/୧0: ବର୍ତ୍ତମାନ କୋଭିଡରେ ସଂକ୍ରମଣ ହୋଇଛନ୍ତି ପୂରା ବଲିଉଡ । ପୂର୍ବରୁ ମଧ୍ୟ ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । 

କରୋନାରେ ସଂକ୍ରମିତ ହୋଇଥିବା ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି । ଏହାସହିତ ସେ ଏବେ ତାଙ୍କର ନିଜ ଘରେ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଯେଉଁମାନେ ତାଙ୍କ ସହ ଦେଖା କରିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ଦିଅନ୍ତୁ ବୋଲି ଉର୍ମିଳା କହିଛନ୍ତି । 

ଏହା ସହିତ ସେ ଟ୍ୱିଟ କରି ଚଳିତ ବର୍ଷର କରୋନା କାରଣରୁ ଏଥର ଦୀପାବଳିକୁ ସୁରକ୍ଷିତ ଭାବେ ପାଳନ କରିବାକୁ କହିଛନ୍ତି । ତେବେ ସୋସିଆଲ ମିଡିଆରେ ଉର୍ମିଳାଙ୍କ ପ୍ରଶଂସକମାନେ ତାଙ୍କର ସୁସ୍ଥ କାମନା କରିଛନ୍ତି । 

Leave a Reply

Your email address will not be published. Required fields are marked *