ଭୁବନେଶ୍ୱର ୩୧ /୧0:- କନ୍ଧମାଳ ଗସ୍ତରେ ଥିବା ରାଜ୍ୟ ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚିକିତ୍ସା ପାଇଁ ଫୁଲବାଣୀରୁ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ ବୋଲି ଜଣାପଡିଛି ।

ଜ୍ୱର ସହ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଉତ୍ତମ ଚିକିତ୍ସା ପାଇଁ ଆଇନ୍ ମନ୍ତ୍ରୀଙ୍କୁ ଏୟାରଲିଫ୍ଟ କରାଯିବ ।

କିଛି ଦିନ ତଳେ ସମାନ ଭାବରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମନ୍ତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମନ୍ତ୍ରୀଙ୍କ ଛାତିରେ ଦୁଇଟି ବ୍ଲକେଜ୍ ଥିବା ସ୍ପଷ୍ଟ ହୋଇଥିଲା ସେହି ସମୟରେ ଯାହାକୁ ନେଇ ଦୀର୍ଘ ଦିନ ଧରି ମନ୍ତ୍ରୀ ପ୍ରତାପ ଜେନା ହସ୍ପିଟାଲରେ ରହିଥିଲେ । ଯାହା ପରେ ଆଜି ପୁନଃର୍ବାର ମନ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଏୟାର ଆମ୍ବୁଲାନ୍ସ ଯାଇ ସାରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *