ଆଠଗଡରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଠଗଡରେ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଆଠଗଡ NACରେ ୭୦ ଲକ୍ଷ ବ୍ୟୟରେ ଏକ ଏମସିସି ସେଣ୍ଟର, ୭କୋଟି ବ୍ୟୟରେ ଆଠଗଡ ବ୍ଲକ୍ ରେଗେଡାପଡା ଗାଁରେ ବିଜୁ ସେତୁ ସହିତ ମୋ ସେବା କେନ୍ଦ୍ର, କ୍ଲବ୍ ଘର ଉଦଘାଟନ କରିଛନ୍ତି । ଏନେଇ ଅଞ୍ଚଳର ଉନ୍ନତିରେ ଆଠଗଡର ଉନ୍ନତି ହେବ ବୋଲି ମନ୍ତ୍ରୀ ଓ ସାଂସଦ କହିଛନ୍ତି ।