ଭୁବନେଶ୍ୱର ସାଂସଦ ଅପରାଜୀତା ଷଢଙ୍ଗୀଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି । ସହର ଉପକଣ୍ଠ ବାଲିପାଟଣାରେ ସାଂସଙ୍କ ଗାଡିକୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ୍ରଅଣ୍ଡା ମାଡ କରାଯାଇଛି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୁଁହ ଖୋଲୁ ନଥିବାରୁ ଏଭଳି ପ୍ରତିବାଦ କରାଯାଇଥିବା କୁହାଯାଉଛି ।

ଆଜି ସାଂସଦ ବାଲିପାଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଅପରାଜୀତା ଷଢଙ୍ଗୀଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରାଯାଇଥିଲା । ପୂର୍ବରୁ ଏକାଧିକ ଥର କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ କରାଯାଇଥିଲା । କଂଗ୍ରେସ ନେତା ଜୟନ୍ତ ଭୋଇଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର ନେତାମାନେ ଏହି ଅଣ୍ଡାମାଡ କରାଯାଇଥିଲା ।

Leave a Reply

Your email address will not be published. Required fields are marked *