ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୫ତମ ରାଜ୍ୟ ଅଧିବେଶନ ଶନିବାର ଠାରୁ ସ୍ଥାନୀୟ ଟାଉନହଲ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପୁରୀ ସ୍ଥିତ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଶ୍ରୀନିବାସ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ ।

ଏହି ଅଧିବେଶନରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରମୁଖ କ୍ୟାମପସ, ବିଶ୍ୱ ବିଦ୍ୟାଳୟ, କୃଷି ବିଶ୍ୱବିଦ୍ୟାଳୟରେ ବ୍ୟାପରିକ ଶିକ୍ଷାନୁଷ୍ଠାନ ଓ ମେଡ଼ିକାଲ କଲେଜରୁ ୨୦୦ ବିଦ୍ୟାର୍ଥୀ ଓ ଅଧ୍ୟାପକ ପ୍ରତିନିଧି ଯୋଗଦେବା ଓଡ଼ିଶାର ଶକ୍ଷାକ୍ଷେତ୍ରର ଉପୁଜିଥିବା ସ୍ଥିତି ରାଷ୍ଟ୍ରର ଶିକ୍ଷାନୀତିର କ୍ରିୟାନଧିନ କ୍ୟାମ୍ପସର ଭିତିଭୂମି ସୁଦୃଢ଼ କରିବା ଆତ୍ମନିର୍ଭରଶୀଳ ଭାରତ, ନାରୀ ସୁରକ୍ଷା ଭଳି ସମ୍ବେଦନଶୀଳ ସ୍ଥିତିକୁ ନେଇ ୨ଟି ପ୍ରସ୍ତାବ ପାରିତ ହେବ । ଅଧିବେଶନରେ ପରିଷଦର ଲକ୍ଷ୍ୟ ଆଦର୍ଶ ଓ କାର୍ଯ୍ୟ ପଦ୍ଧତି ଉପରେ ବରିଷ୍ଠ କାର୍ଯ୍ୟକର୍ତାଙ୍କ ଅଭିଭାଷଣ ସହ ପରିଷଦର ବିଭିନ୍ନ ଆୟାମ କାର୍ଯ୍ୟ ଓ ଗତି ବିଷୟରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା ହେବ । ଏହି ଅଧିବେଶନର ଶିକ୍ଷାବର୍ଷ ୨୦୨୧-୨୨ ପାଇଁ ପରିଷଦର ନୂତନ ରାଜ୍ୟ ସଭାପତି, ସମ୍ପାଦକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚିତ ହେବେ ।

ଏହି ଅଧିବେଶନକୁ ସୂଚାରୁ ରୂପେ ତୁଲାଇବା ପାଇଁ ଗଞ୍ଜାମର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ସ୍ୱାଗତ ସମିତି ଗଠନ କରାଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରଫେସର ସଦାନନ୍ଦ ରଥ ଓ ସାଧାରଣ ସମ୍ପାଦକ ଅଶୋକ କୁମାର ପାଳ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି ।