କଟକ ମଧୂପାଟଣା ଅଞ୍ଚଳର ଏକ ଆଶ୍ରମ ଓ ଶିକ୍ଷାନୁଷ୍ଠାନରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଶ୍ରମ ଓ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଏଥି ସହିତ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଅନ୍ୟ ଅନ୍ତେବାସୀଙ୍କ ର ସ୍ବାବ୍ ସଂଗ୍ରହ କରାଯାଇଛି । ସ୍କୁଲ ଓ ଆଶ୍ରମ ପରିସରକୁ ଯାଆସ ଉପରେ  ସଂପୂର୍ଣ୍ଣ ବାରଣ କରାଯାଇଛି । ସେପଟେ ସହରରେ କରୋନା ସଂକ୍ରମଣ ହାର ବଢୁଥିବାରୁ ଲୋକ ମାନଙ୍କୁ ମାକ୍ସ ଓ ସାମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ପୋଲିସ ପ୍ରଥମେ ସଚେତନ କରାଇବା । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ।

କଟକର ଏକ ଘରୋଇ ବିଜ୍ଞାନ କଲେଜରୁ ୨୫ ଆକ୍ରାନ୍ତ ଚିହ୍ନଟର ଦୁଇ ଦିନ ପରେ ମଧୂପାଟଣା ଅଂଚଳର ଆଉ ଏକ ଆଶ୍ରମ ଓ ସ୍କୁଲରୁ ୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ପ୍ରଶାସନ ସ୍କୁଲ ଓ ଆଶ୍ରମ ପରିସରକୁ ଏପ୍ରିଲ ୬ ତାରିଖ ଯାଏ କାହାରି ପ୍ରବେଶ ଉପରେ ବାରଣ ଲଗାଇଛନ୍ତି । ଏଥି ସହିତ କଣ୍ଟାକ୍ଟ ଟ୍ରେସିଂ କରି ଅନ୍ୟ ଅନ୍ତେବାସୀଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି । ପଜିଟିଭ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୭ଜଣଙ୍କ ସ୍ୱାବ ପରୀକ୍ଷା ଆଉ ଥରେ କରାଯାଇଛି । ଯାହା ଫଳରେ ଏହା କେଉଁ ଷ୍ଟ୍ରେନ ବୋଲି ଜଣାପଡିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ଅନ୍ୟ ପକ୍ଷରେ ସ୍କୁଲ ଓ ଆଶ୍ରମ କର୍ତ୍ତୃପକ୍ଷ କହିଛନ୍ତି ଯେ,  ସ୍କୁଲର ଥିବା ଅନ୍ତେବାସୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି। କେବଳ ପଜିଟିଭ ଚିହ୍ନଟ ପିଲା ଓ କର୍ମଚାରୀ ମାନଙ୍କୁ ସଂଗରୋଧରେ ରଖାଯାଇଛି। ତେବେ ଜଣେ ଭକ୍ତ ପଡୁଚେରିରୁ ଆସିଥିବା ବେଳେ ତାଙ୍କ ଠାରୁ ଏହା ହୋଇଥିବା କହିଛନ୍ତି ଆଶ୍ରମ ଟ୍ରଷ୍ଟି ।

ସେପଟେ ସହରରେ କରୋନା ସଂକ୍ରମଣ ହାର ବଢୁଥିବାରୁ ଲୋକମାନଙ୍କୁ ମାକ୍ସ ଓ ସାମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ପୋଲିସ ପ୍ରଥମେ ସଚେତନ କରାଇବା । ଲୋକ ମାନେ ଏହାକୁ ନ ମାନିଲେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହରର ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ପ୍ରତିକ ସିଂ । ଏହାପୂର୍ବରୁ କଟକର ଅନ୍ୟ ଆବାସିକ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ ବୋଲି ସିଏମସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *