ଦଶରଥପୁର,୦୫/୧୧(ନି.ପ୍ର) : ଦଶରଥପୁର ବ୍ଲକ କୁଆଁସ ମଙ୍ଗଳା ପୀଠ ଠାରେ ଆଜି ଏକ କବିତା ଆସର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କବି ପ୍ରଦୀପ୍ତ କୁମାର ଦାସ ଏବଂ କବି ଜିତେନ୍ଦ୍ର ବେହେରା ସଂଯୋଜନା କରିଥିବା ବେଳେ କବି ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏବଂ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଉମାକାନ୍ତ ଧଳ ସଭା ପରିଚାଳନା କରିଥିଲେ।ଏହି ଅବସରରେ କବି ହରେରାମ ପଣ୍ଡାଙ୍କ କବିତା ପୁସ୍ତକ “ଭକ୍ତି ସ୍ତବକ” ଓ କବି ଶିଶିର ପଣ୍ଡାଙ୍କ ଶିଶୁ କବିତା ସଙ୍କଳନ “ମରତ ଦେବତା” ଉନ୍ମୋଚିତ ହୋଇଥିଲା।ଡକ୍ଟର ବାସୁଦେବ ମିଶ୍ରଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡକ୍ଟର ନୃସିଂହ ଚରଣ ଷଡଙ୍ଗୀ,ମୁଖ୍ୟ ଅତିଥି ଭାବେ ଏ.ବି.ଡି. ଓ ତ୍ରିଲୋଚନ ସେଠୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କବୟିତ୍ରୀ ବିଦ୍ୟୁଲତା ଦାସ , ଶିକ୍ଷାବିତ ଚନ୍ଦନ ପତି , ନିରାକାର ନାୟକ ଯୋଗ ଦେଇଥିଲେ।ଏଥିସହ ଉକ୍ତ ଆସରରେ ୫୦ରୁ ଉର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ ।