ଭୁବନେଶ୍ୱର୩୦/୦୯: ଆସନ୍ତାକାଲିଠୁ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ଅଫଲାଇନ ପରୀକ୍ଷା ଦେବେ। ମୋଟ ୧୩ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ପଞ୍ଜୀକରଣ କରିଛନ୍ତି। କଳାରେ ୯ହଜାର ୧୪୪, ବିଜ୍ଞାନରେ ୨୩୪୭,ବାଣିଜ୍ୟରେ ୬୨୨, ଧନ୍ଦାମୂଳକ ଶିକ୍ଷା ରେ ୪୪୦ ଓ ପତ୍ରବିନିମୟରେ ୫୨୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୪ଟି, କଟକରେ ୧୨ଟି ଏବଂ ବାଲେଶ୍ବରରେ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କଣ୍ଟାବଞ୍ଜିର ଗୋଟିଏ ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୨୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ, ସୁନ୍ଦରଗଡ କୋଇଡାରେ ମାତ୍ର ୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷାକେନ୍ଦ୍ର କରାଯାଇଛି। ତେବେ କେବଳ ପ୍ରମୁଖ ବିଷୟ ଗୁଡ଼ିକ ଅଫଲାଇନ ପରୀକ୍ଷା ହେବ।