ପୁଣି କୁଆଖାଇ ନଦୀ​‌ରେ ଗଲା ଜୀବନ । ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଦୁଇ ଦିନରେ କୁଆଖାଇ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଗଲାଣି। ଶନିବାର ଦିନ କୁଆଖାଇ ନଦୀରେ ବୁଡ଼ି ନାବାଳକ ଜୀବନ ଯିବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ନାବାଳକର ଜୀବନ ଯାଇଛି । ମୃତକ ହେଉଛନ୍ତି ଲିଙ୍ଗରାଜ ଥାନା ରାମେଶ୍ଵରପାଟଣା ଅଂଚଳର ନିଖିଲ୍‌ କୁମାର ଜେନା ।

ଆଜି ମଧ୍ୟାହ୍ନରେ ଭୁବନେଶ୍ଵର ଲିଙ୍ଗରାଜ ଥାନା ରାମେଶ୍ଵରପାଟଣା ଅଂଚଳର ଦୁଇ ନାବାଳକ ସେମାନଙ୍କ ବାପାଙ୍କ ସହ ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ବାପା ଶୌଚ ହେବା ପାଇଁ ଯାଇଥିବା ବେଳେ ଦୁଇ ନାବାଳକ ନଦୀରେ ଗାଧୋଉଥିଲେ । ଏହି ସମୟରେ ଦୁଇ ନାବାଳକ ନଦୀ ଜଳରେ ବୁଡିଯାଇଥିଲେ । ପିଲାଙ୍କ ଚିତ୍କାର ଶୁଣି ବାପା ସେଠାରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନଦୀର ଗଭୀର ଜଳରେ ବୁଡ଼ି ଯାଇଥିଲା ।

ଖବର ପାଇ ବାଲିଅନ୍ତା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ନିଖିଲଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *