ସିନାପାଲି:୨୫/୧୧ନିପ୍ର:- ମାଁ ବାପାଙ୍କର ମନରେ ଅନେକ ସ୍ବପ୍ନ ଥିଲା ।ପୁଅ ଟିଏ ହେଲେ ଆମକୁ ସେବ କରିବ ।ହେଲେ ପୁଅ ଜନ୍ମ ହେଲା ପରେ ଦୁଃଖ ର ପାହାଡ଼ ପଡ଼ିଛି । ଯେଉଁ ବୟସ ରେ ଖେଳା ବୁଲା କରିବା କଥା ସେହି ବୟସ ରେ ବାପା ମାଁ ପାଖରେ ରହୁଛି ।ଘରେ ଯାହା ଥିଲା ସବୁ ଚିକିତ୍ସା କରି ପରିବାର ଏବେ ସର୍ବସ୍ବାନ୍ତ ।ଦିନ ମଜୁରିଆ ବାପା ମାଁ ଙ୍କ ପାଇଁ ଏବେ ଚିକିତ୍ସା କରିବା ଅସମ୍ଭବ ହୋଇପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଗ୍ରାମରେ।
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ୍ ଗାଁ ର ଲକ୍ଷ୍ମଣ ବାଗ ଙ୍କ ଦୁଇ ପୁଅ ଗୋଟିଏ ଝିଅ ଓ ସ୍ତ୍ରୀ ପୁଷ୍ପା ବାଗ ଙ୍କ ସହ ପାଞ୍ଚ ପରିବାର । ପୁଅ ମୁକେଶ ଜନ୍ମ ରୁ ଅନ୍ଧ ।ଡାକ୍ତରଙ୍କୁ ପରାମର୍ଶ କଲାପରେ ପାଞ୍ଚ ବର୍ଷ ପରେ ଅପରେସନ କରାଯିବ ବୋଲି କହିଥିଲେ ।ବର୍ତ୍ତମାନ ମୁକେଶ ର ବୟସ 6 ବର୍ଷ ହେଲାଣି । ଅର୍ଥ ଅଭାବ ଯୋଗୁଁ ଚିକିତ୍ସା କରିବା ଏବେ ଅସମ୍ଭବ। ଫଳରେ ଭାଗ୍ୟ କୁ ଆଦରି ପଡ଼ି ରହିଛନ୍ତି ଏହି ପରିବାର ।ଲକ୍ଷ୍ମଣ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ପାଞ୍ଚ ପରିବାର ର ତେଲ ଲୁଣର ସଂସାର ଚାଲୁଥିଲା ।କୁଲି ମଜୁରିଆ ଲକ୍ଷ୍ମଣ ଚିକିତ୍ସା କରିବା ପାଇଁ ଖଡ଼ିଆଳ, ବୁର୍ଲା,ନୂଆପଡ଼ା ଭଳି ଅନେକ ହସ୍ପିଟାଲ କୁ ନେଇଥିଲେ ହେଲେ ଆରୋଗ୍ୟ ହେଲେ ନାହିଁ। ଘରେ ମାଁ ପୁଷ୍ପା ପୁଅ ଙ୍କ ସେବା ଶୁଶ୍ରୁଷା କରୁଥିବା ବେଳେ ଲକ୍ଷ୍ମଣ କୁଲି ମଜୁରୀ କରି ଯାହା ରୋଜଗାର କରୁଛନ୍ତି ସେଥିଲେ ଚଲୁଛନ୍ତି । ପୁଅ ସମ୍ପୂର୍ଣ୍ଣ ଭାବରେ ଅନ୍ଧ ହୋଇଥିବାରୁ ବାପା ମାଁ ଙ୍କ ମନ ଭାଙ୍ଗି ଯାଇଛି ।ଆଗକୁ କିପରି ପରିବାର ପ୍ରତିପୋଷଣ କରିବା ସହ ଭିନ୍ନକ୍ଷମ ପୁଅ ଙ୍କୁ ଚିକିତ୍ସା କରିବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ।ଅନ୍ୟପଟେ ସରକାରୀ ସହାୟତା କହିଲେ କେବଳ ଟଙ୍କିକିଆ ଚାଉଳ ।ଜନ୍ମ ପୁଅ ମୁକେଶ ଭିନ୍ନକ୍ଷମ ଭତ୍ତା ସାହାଯ୍ୟରେ ମାସକୁ ସାତ ଶହ ଟଙ୍କା ମିଳୁଛି । ପଢ଼ିବା ପାଇଁ ଅନେକ ଇଚ୍ଛାଶକ୍ତି ଥିଲେ ମଧ୍ୟ ବାଧକ ସାଜିଛି ଅକ୍ଷମତା ।ଏମାନଙ୍କୁ ଉଚ୍ଚ ମାନର ଚିକିତ୍ସା ର ଆବଶ୍ୟକତା ଥିବା ବେଳେ ଏତେ ଟଙ୍କା ଆସିବ କୁଆଡୁ ।କେବେ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଆଖିରେ ଦୁନିଆ ଦେଖିବ ସେହି ଚିନ୍ତାରେ ବାପା ମାଁ ।ବର୍ତ୍ତମାନ ପୁଅ କୁ ଆବଶ୍ୟକତା ହୋଇ ପଡ଼ିଛି ଉଚ୍ଚ ମାନର ଚିକିତ୍ସା ।ଯାହା ଥିଲା ସବୁ ସର୍ବସ୍ବାନ୍ତ ହେବା ପରେ ଏବେ ସରକାରୀ ସହାୟତା କୁ ଅନେଇ ବସିଛନ୍ତି ବାପା ମାଁ
ଅନ୍ୟପଟେ ଏ ସମ୍ପର୍କରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଲି ପ୍ରସାଦ ବେହେରା ଙ୍କୁ ପଚାରିବାରୁ, ଏ ସମ୍ପର୍କରେ ମୁ ଜାଣିବାକୁ ପାଇଛି ଯଥା ଶୀଘ୍ର ଆମେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବୁ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲାପ୍ରଶାସନ ସେହି ପରିବାର କି ସହାୟତା କରିବେ ।ତେବେ ଆପଣମାନେ ମଧ୍ୟ ସେହି ପରିବାରକୁ ସହାୟତାର ହାତ ବଢ଼ାଇ ପାରିବେ ।

ଠିକଣା
ଲକ୍ଷ୍ମଣ ବାଗ
ଗ୍ରାମ ଗୋଡ଼ାଲ୍
ବ୍ଲକ୍ ସିନାପାଲି
ଜିଲ୍ଲା ନୂଆପଡ଼ା
ମୋବାଇଲ = 7750992301


ବ୍ୟାଙ୍କ ଧାରୀଙ୍କ ନାମ ପୁଷ୍ପା ହରିଜନ
ବ୍ୟାଙ୍କ ଆକାଉଣ୍ଟ ନମ୍ବର 33548386598 state bank of india
IFSC code SBIN0005567ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *