କେରଳରେ ଚାଲିଛି ବିଧାନସଭା ନିର୍ବାଚନର ଭୋଟ ଗଣତି । ଏଠାରେ ବାମଦଳର ଗଠବନ୍ଧନରେ ଏଲଡିଏଫ ଓ କଂଗ୍ରେସ ଗଠବନ୍ଧନରେ ୟୁଡିଏଫ ମଧ୍ୟରେ ଲଢେଇ ଚାଲିଛି । ବର୍ତ୍ତମାନ ପାଇଁ ୭୮ ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ ୪୧ ପାଇଛି । ସେପଟେ ବିଜେପି ମାତ୍ର ଗୋଟିଏ ସିଟ ପାଇଛି । ତେବେ ଏଠାରେ ଏଲଡିଏଫ ୭୭ ସିଟ ପାଇ ଏକ ବଡ ବ୍ୟବଧାନି ସୃଷ୍ଟି କରିଛି ଲ

ପ୍ରତି ନିର୍ବାଚନରେ କେରଳରେ ସରକାର ପରିବର୍ତ୍ତନ ହୋଇଥାଏ । ଏଲଡିଏଫ ଓ ୟୁଡିଏଫ ଓ ଏଲଡିଏଫ ଏଠାରେ ପ୍ରତି ନିର୍ବାଚନ ବ୍ୟବଧାନରେ ସରକାର ଗଠନ କରନ୍ତି । ଏଥର ଯଦି ଏଲଡିଏଫ ବିଜୟ ଲାଭ କରେ ତେବେ ଲଗାତାର ଦ୍ୱିତୀୟ ଥର ପାଇଁ କେରଳରେ ସରକାର ଗଠନ କରିବ । ଆଉ ଏଠାରେ କେଉଁ ଦଳ ନିଜ ବିଜୟ ବାନା ଉଡାଇବ ତା ଉପରେ ରହିଛି ନଜର ।