କେଶରୀୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ୍ ତରଫରୁ ବ୍ରାହ୍ମଣୀଯୋର୍ ପଞ୍ଚାୟତ ସିଆଳଯୋର ଗ୍ରାମରେ ଏକ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକ ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ବଦ୍ରିନାଥ ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ରେ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ, ବଲାଙ୍ଗୀର ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ ତ୍ରିପାଠୀ , ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ, ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ମହାସଚିବ ସୁନିଲ ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ସୁଶିଲ ସାହୁ,ଅନନ୍ତ ବଗର୍ତ୍ତୀ,କବିରାଜ ସାହୁ, ବୁଲୁ ପର୍ଡ଼ିଆ, ସୈ ଲେନ୍ଦ୍ର ନାଏକ, ରାଜୁ ନାଏକ, ରାଜେଶ୍ ପଟ୍ଟନାୟକ, ପ୍ରହଲ୍ଲାଦ ପ୍ରଧାନ, ସୀତାରାମ ପ୍ରଧାନ, ବିଭୁ ଗୁରୁ, ସୂମିତ୍ ଚନ୍ଦନ, ସତ୍ୟ ଅମାତ୍, ସୀତାରାମ ସାହୁ, ବିଜୁ ଠେଲା, ରାହୁଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ରେ ବ୍ଲକ୍ ରେ ସଂଗଠନ କୁ ସୁଦୃଢ କରିବାକୁ ନେଇ ଆଲୋଚନା କରାଯାଇଥିଲା ତତ୍ ସହିତ ଧର୍ମାନ୍ତିକରଣ ଏବଂ ଗାଈ ଚାଲାଣ କୁ ରୋକିବାକୁ ଆଲୋଚନା କରାଯାଇଥିଲା। ଏବଂ ବ୍ଲକ୍ ରେ ଥିବା ପୁରୁଣା ମଠ ମନ୍ଦିର ଗୁଡ଼ିକର ଉନ୍ନତିକରଣ ଉପରେ ମଧ୍ୟ ଆଲୋକପାତ କରାଗଲା ।

ବଲାଙ୍ଗୀର ରୁ ବିକ୍ରମ ପାତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *