ଭଦ୍ରକ:ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାହଞ୍ଜ ପଞ୍ଚାୟତ ଆସୁରା ବଜାର ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର।ମୃତକ ଜଣକ ହେଲେ ଅସୁରା ଗ୍ରାମର ଗ୍ରାମର ୪୦ ବର୍ଷୀୟ ନିର୍ମଳ ପାଳ ଡାକ ନାଁ ନେପାଳୀ।ତେବେ ୨୮ ତାରିଖ ରାତିରେ ପୁରୀ ଯିବା ପାଇଁ ଘରୁ ବାହାରି ଥିଲେ ଘରକୁ ଫେରି ନଥିଲେ ନେପାଳୀ।ସେହି ଗ୍ରାମର ଗୌରହରି ମଲ୍ଲିକ ଚାଷ କାର୍ଯ୍ୟ ପାଇଁ ଯାଉଥିବା ବେଳେ ଗଛରେ ଏକ ମୃତ ଦେହ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ଡାକି ଥିଲେ।ପରେ ଖବର ପାଇ ଭଦ୍ରକ ଗ୍ରାମଞ୍ଚଳ ଥାନା ପୋଲିସ ପହଞ୍ଚି ଶବକୁ ଉଦ୍ଧର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ୁଥିବା ବେଳେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।