ସିନାପାଲି,୨୪।୧୧(ନିପ୍ର): ସିନାପାଲି ବ୍ଲକ ବିଜେଡି ପକ୍ଷରୁ ଜାଳେଣି ଗ୍ୟାସ ର ଦର ବୃଦ୍ଧି ପ୍ରତିବାଦରେ ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ଏକ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ବିଜେଡି ସଂଗଠନ ସଦସ୍ୟ ମହେନ୍ଦ୍ର ସୁନାନୀ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ବ୍ଲକ ସମ୍ପାଦକ ଦୈତାରି ମେହେର,ଜିଲ୍ଲା ସମ୍ପାଦକ ଭୀଷ୍ମରାଜ ସୁନାନୀ, ହୋପିନାଥ ବେହେରା,ମହିଳା ସଭାନେତ୍ରୀ ମନ୍ଦାକିନୀ ବଘେଲ, ସରପଞ୍ଚ ଜୟରାମ ମାଝୀ, ସନ୍ତୋସିନୀ ଅଗ୍ରୱାଲ,କେଦାର ବନ୍ଦୀଛୋର, ରାମେଶ୍ୱର ମାଝୀ, ପ୍ରଦୀପ ପ୍ରଧାନ,ଶିଶୁପାଳ ଧାକଡ଼,ମିଥୁନ ବାଗ,ନଳିନୀ ବାଗ,ଗଜାନନ ବଗର୍ତ୍ତି, ଉଦିତ ଖର୍ସେଲ,ଇନାୟନ ମହମ୍ବଦ,ପଦ୍ମନ ସା, ବିଦ୍ୟାଧର ଦୀପ,ଇନ୍ଦ୍ରଜିତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟକ ଦଳୀୟ କର୍ମୀ ଇପସ୍ଥିତ ଥିଲେ।
,ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *