ଦଶରଥପୁର,୨୭/୯(ନି.ପ୍ର) : ଦଶରଥପୁର ବ୍ଲକ ବୈତରଣୀ ନଦୀରେ ପୁଣିଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।୧୦ ଫୁଟ ଲମ୍ବର ଏକ ବଡ଼ କୁମ୍ଭୀର ଆଜି ନଦୀରେ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ।ଏଥିସହ ଦତ୍ତପୁର ପଞ୍ଚାୟତ ବାଲିପାଟଣା ଗ୍ରାମ ନିକଟ ବୈତରଣୀ ନଦୀରେ ଏହି କୁମ୍ଭୀରଟି ଏକ ଘୁଷୁରୀକୁ ଟାଣି ନେଇଯାଉଥିବାର ଲୋକେ ଦେଖିବାକୁ ପାଇଥିଲେ।ଏବଂ କିଛି ଯୁବକ ଏହି ଘଟଣାକୁ ତାଙ୍କ ମୋବାଇଲରେ ରେକର୍ଡ କରିଥିଲେ।ଏହିଭଳି ପ୍ରାୟ ୧୦ ବର୍ଷରୁ ଅଧିକ ହେବ ବୈତରଣୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳୁଛି।ଲୋକେ ଭୟବିତ ଅବସ୍ଥାରେ ରହୁଛନ୍ତି।ନଦୀ ଜଳକୁ ଚାଷ ତଥା ଅନ୍ୟାନ୍ୟ କାମରେ ବ୍ୟବହାର କରିବାକୁ ସଙ୍କୋଚ କରୁଛନ୍ତି।ପୂର୍ବରୁ ବ୍ଲକର କୟାଁ,ଗୁଣ୍ଡୁରିପଡ଼ା, ଦତ୍ତପୁର,ଲକ୍ଷ୍ମୀପୁର,ବାଲିପାଟଣା ଆଦି ଗ୍ରାମର ୧୫ରୁ ଅଧିକ ଗାଈ,ଛେଳି,ମଣିଷଙ୍କୁ ଟାଣି ନେଇଥିବାର ଖବର ରହିଛି।ଏଣୁ ବନବିଭାଗ କୁମ୍ଭୀରଟିକୁ ଧରି ନେଇ ଅନ୍ୟତ୍ର ଛାଡ଼ିଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *