ଚିକିତ୍ସା ଅବହେଳାରୁ ମୃତ୍ୟୁ, ଥାନାରେ ଅଭିଯୋଗ

ଦଶରଥପୁର,୧୪/୦୨/(ନି.ପ୍ର) : ଦଶରଥପୁର ବ୍ଲକ ଜାଫରପୁର ପଞ୍ଚାୟତ ଜାଫରପୁର ଗ୍ରାମର ବଳରାମ ଦାସ (୫୫)ଅସୁସ୍ଥ ଥିବାନେଇ ବୁଧବାର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ।ଡାକ୍ତର ଲଲାଟେନ୍ଦୁ ବେହେରା ଚିକିତ୍ସା କରୁଥିବା ବେଳେ କିଛି ସମୟ ପରେ ବଳରାମଙ୍କର ମୃତ୍ୟୁ ଘଟିଥିଲା।ଚିକିତ୍ସାରେ ଅବହେଳା ପାଇଁ ବଳରାମଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ପୁଅ ରାଜକିଶୋର ଡାକ୍ତରଙ୍କୁ କହିଥିବା ବେଳେ ଡାକ୍ତର ରାଜକିଶୋରଙ୍କୁ ଗାଳି ଗୁଲଜ କରିଥିଲେ।ଯାହାକୁ ନେଇ ରାଜକିଶୋର ବାଧ୍ୟ ହୋଇ ଏବାବଦରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କ ବାପାଙ୍କର ମୃତ୍ୟୁ ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦାଇ କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ କ୍ଷତି ପୂରଣ ସହାୟତା ଦେବାକୁ ଦାବି କରିଛନ୍ତି।