ରାଜ୍ୟର ସମସ୍ତ ସରକାରୀ ଅଫିସରେ କୋଭିଡ ଗାଇଡଲାଇନକୁ ପୁଣି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଏହି ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିଦେ୍ର୍ଧଶନାମା ଜାରି ହୋଇଛି । ରାଜ୍ୟର କିଛି ସ୍ଥାନରେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳୁଥିବାରୁ କୋଭିଡ କଟକଣା ମାନିବାକୁ କୁହାଯାଇଛି । ଜୁନ ମାସରେ ସରକାରୀ କାର୍ଯ୍ୟାଳୟ ପାଇଁ ଯେଉଁ କଟକଣା ସବୁ କରାଯାଇଥିଲା, ତାହାକୁ ପୁନର୍ବାର ପାଳନ କରିବାକୁ ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସରକାରୀ ବୈଠକ ଗୁଡ଼ିକ ସାଧାରଣତ ଭର୍ଚୁଆଲ ମୋଡ଼ରେ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ସମସ୍ତେ ଉପସ୍ଥିତ ରହି ବୈଠକ କରିବାର ଆବଶ୍ୟକତା ପଡେ଼ ତେବେ ସେଠାରେ ଯେପରି ଶାରୀରିକ ଦୂରତା ରକ୍ଷା କରିବା ପାଇଁ କର୍ତ୍ତୃପକ୍ଷ ଆବଶ୍ୟକ ବନେ୍ଦାବସ୍ତ କରିବେ ।

Leave a Reply

Your email address will not be published. Required fields are marked *