ଟ୍ୟୁସନ ସମୟରେ ପାଠ ନଆସିବାରୁ ଟ୍ୟୁସନ ଦିଦିଙ୍କ ସ୍ୱାମୀଙ୍କ ଆକ୍ରମଣର ଶିକାର ହେଲେ ମାର୍ଶାଘାଇ ଜାଭିୟର ସ୍କୁଲର ଷ୍ଟାଣ୍ଡାର୍ଡ 3ର ଛାତ୍ର ମାନବାଦିତ୍ୟ ଦାସ ପରିଡା।ସୂଚନା ଅନୁଯାଇ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟସେବିକା କାଜମିନି ଦାସଙ୍କ ଶିଶୁପୁତ୍ର ମାନବାଦିତ୍ୟ ଟ୍ୟୁସନ ପାଇଁ ମାର୍ଶାଘାଇ ବ୍ଲକ ପୁରୁଷୋତ୍ତମପୁର ଗ୍ରାମର ରାଜେନ୍ଦ୍ର ରାଉତଙ୍କ ପତ୍ନୀ ଲଷ୍ମୀପ୍ରିୟା ବେହେରାଙ୍କ ପାଖକୁ ଯାଉଥିଲେ।ସବୁଦିନ ପରି ଗତକାଲି ଟ୍ୟୁସନ ପାଇଁ ସନ୍ଧ୍ୟାରେ ଯାଇଥିଲେ ତେବେ ପାଠ ନଆସିବାରୁ ମନବାଦିତ୍ୟଙ୍କୁ ଏକ କେବୁଲ ତାରରେ ଅତର୍କିତ ମାଡ଼ ମାରିଥିଲେ। ଛାତ୍ରଜଣଙ୍କ ଚିତ୍କାର କରିବାରୁ ଏକ ଗୋଲେଇ ରାଉଣ୍ଡରେ ଠିଆ କରି ଅମାନୁଷିକ ଭାବେ ପିଟିଥିଲେ ଦିଦିଙ୍କ ସ୍ୱାମୀ।ଫଳରେ ଗୁରୁତର ଆହତ ଅବସ୍ଥାରେ ଛାତ୍ରଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିବା ପରେ ଆହତ ଛାତ୍ରଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଟ୍ୟୁସନ ଦିଦିଙ୍କ ସ୍ୱାମୀ ରାଜେନ୍ଦ୍ରକୁ ଗିରଫ କରିଛି।ସେହିପରି ଅନ୍ୟ ଜଣେ ଷ୍ଟାଣ୍ଡାର୍ଡ 1ର ଛାତ୍ର ଅଭିଷେକ ପରିଡାଙ୍କୁ ମଧ୍ୟ ସମାନ ଭାବରେ ଅତର୍କିତ ମାଡ଼ ମରାଯାଇଛି।ତେବେ ଏଭଳି ଅମାନୁଷିକ ମାଡ଼ ମାରିବା ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

Leave a Reply

Your email address will not be published. Required fields are marked *