ନୂଆଦିଲ୍ଲୀ, ୨୫/୧୨ : ରାଷ୍ଟ୍ରପତି ରାମାନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ୍ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଓ ଭାରତ ବାହାରେ ରହୁଥିବା ଖ୍ରୀଷ୍ଟ ଧର୍ମାବଳମ୍ବୀ ଭାଇ-ଭଉଣୀମାନଙ୍କୁ ବଡ଼ଦିନର ଶୁଭେଚ୍ଛା। ଆମ ଜୀବନ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷା ପ୍ରେରଣାର ଉତ୍ସ ହେଉ।
ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଦିବସରେ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ମୋଦୀ କାମନା କରିଛନ୍ତି।