ସିନାପାଲି,୧୪।୯(ନିପ୍ର): ନୂଆପଡା ଜିଲ୍ଲା ସିନାପାଲି ସହର ନିଵାସୀ ସହଦେଵ ବାଗ ଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ସୋମବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା) ଉକିଆରାଣୀ ନେତାମ ( ୫୬)ଙ୍କ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାରୁ ପ୍ରକାଶ ଯେ ରିତାରାଣୀ ବାଗ ନିଜ ମାମୁଁ ଘର ମହାସମୁନ୍ଦ କୁ ଯାଇଥିବା ବେଳେ ସୋମବାର ସକାଳ ପ୍ରାୟ ୮ଟା ରେ ଘର ଅଗଣାରେ ଥିବା ଏକ ତାର ରେ କପଡା ଶୁଖାଇବାକୁ ଯାଇ ତାର କୁ ହାତରେ ଧରି ଦେଇଥିଲେ। କୌଣସି କାରଣରୁ ତାର ରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା।ତାହା କେହି ଜାଣିପାରି ନ ଥିଲେ। ସେଥିରେ ସେ ଆଘାତ ପାଇ ଲାଖୀ ଯାଇଥିଲେ। ତାର ରେ ଲାଗି ଗୁରୁତର ଅବସ୍ଥାରେ ଥିବା ନାତୁଣୀଙ୍କୁ ଉଦ୍ଧାର କରିବା ପାଇଁ ଆଇ ମା (ନାନୀମା) ମଧ୍ୟ ଯାଇ ସେଥିରେ ଲାଗି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ଆଇ ନାତୁଣୀ ଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ନିଜ ପୈତୃକ ଗ୍ରାମ ସିନାପାଲି କୁ ରିତାରଣୀ ଙ୍କ ମୃତଦେହ ଆଣି ଅନ୍ତିମ ସଂସ୍କାର କରାଯାଇଥିଲା। ରିତରାଣୀ ଙ୍କ ଅକାଳ ବିୟୋଗ ରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି।

ସିନାପାଲି ରୁ ଅଜିତ କୁମାର ଯୋଷୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *