ସିନାପାଲି-୧୪/୯/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ବୋଟୋପାଲି ଗ୍ରାମର  ଜଗବନ୍ଧୁ ସତନାମୀ (୨୭) ଗତ ତିନିମାସ ତଲେ ସ୍ତ୍ରୀ ଜେମନୀ ସତନାମୀ (୨୦) ଓ ୧୦ ମାସର ଝିଅ ଶିବିକା ସତନାମୀ ଙ୍କୁ ଧରି ଦାଦନ ଖଟିବାକୁ ଶିକାନ୍ଦ୍ରାବାଦ୍ ର ସଙ୍ଗିଗୁଡା ଇଟା କାରଖାନା କୁ  ପେଟ ପାଟଣା ପାଇଁ ଯାଇଥିଲେ। ହେଲେ ସେଠାରେ କାମ କରୁଥିବା ବେଲେ ଜଲୁଥିବା ଇଟାଭାଟି ଶ୍ରୀ ସତନାମୀ ଙ୍କ ଶରୀର ଉପରେ ଖସିପଡି ଜଲିଯାଇ ଗୁରୁତ୍ବର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟଯେ ଆଜିକୁ ୩ ମାସ ହେଲା ପେଟ ପାଟଣା ପାଇଁ ଦାଦନ ଖଟି ଯାଇଥିବା ବେଲେ ଗତ ୧୫ ଅଗଷ୍ଟ ଦିନ ଜଲୁଥିବା ଇଟାଭାଟି ନିଆଁ ହଟାତ୍ ଶରୀର ଉପରେ ଖସିପଡି ଥିଲା। ହେଲେ ଉକ୍ତ ଠିକାଦାର ଜଣକ ନିକଟସ୍ଥ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିଥିବା ବେଲେ ଅଧିକ ଟଙ୍କା ଲାଗୁଥିବାରୁ ଶ୍ରୀ ସତନାମୀ ଙ୍କୁ ଫେରାଇ ଆଣି କେବଳ ଗାଡି ଖର୍ଚ୍ଚ ଦେଇ ନିଜ ଘରକୁ ଫେରିଯିବାକୁ ଠିକାଦାର ଜଣକ କହିଥିବା ଶ୍ରୀ ସତନାମୀ ପ୍ରକାଶ କରିଛନ୍ତି।  ଯାହା ଫଲରେ ଶ୍ରୀ ସତନାମୀ ଭଲରେ ଚାଲିବୁଲି ପାରୁନଥିବା ବେଲେ ପରିବାର ର ଭରଣପୋଷଣ କରିବା କଷ୍ଟକର ହୋଇ ପଡିଛି। ହେଲେ ପରିବାର ନିଜ ଘରକୁ ପହଞ୍ଚିବା ପରେ ନିଜ ଘର ଲଗାଣ ବର୍ଷା ଯୋଗୁ ଭାଙ୍ଗି ଥିବା ଦେଖି ମୁଣ୍ତରେ ହାତଦେଇ ବସି ପଡିଥିଲେ।

ଶେଷରେ କୌଣସି ଉପାୟ ନପାଇବା ପରେ ତାଙ୍କ ଭାଇ ରହିବାକୁ ଆଶ୍ରୟ ଦେଇଥିବା ବେଲେ ବର୍ତ୍ତମାନ ଚିକିତ୍ସା ଓ ଆବାସ ଗ୍ରୁହ ପାଇଁ ଆକୋଲ ବିନତି କରୁଛନ୍ତି। ଏନେଇ ସିନାପାଲି ତହସିଲଦାର ଲୋକନାଥ ଶବର ଙ୍କୁ ଜଣାଇବାରୁ ଏକ ପୋଲିଥିନ ର ବ୍ଯବସ୍ଥା କରିଦେଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ଉଚ୍ଚ ଚିକିତ୍ସା ଓ ଆବାସ ଗ୍ରୁହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି।  ସିନାପାଲି ରୁ ଅଜିତ କୁମାର ଯୋଷୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *