omicron

ନୂଆଦିଲ୍ଲୀ ୦୫ / ୧୨: ରାଜଧାନୀ ଦିଲ୍ଲୀରେ ପଶିଲା ଓମିକ୍ରନ । ମୁମ୍ବାଇ ପରେ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ତାଞ୍ଜାନିଆରୁ ଫେରିଥିବା ଜଣାପଡିଛି । ଜଣେ ଯୁବକଙ୍କ ଠାରେ ଓମିକ୍ରନ୍‌ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ଯୁବକଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୂଚନା ଦେଇଛନ୍ତି ।୧୨ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କୁ ଠାରେ କୋରୋନା ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଯେଉଁଥିରୁ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି ।ଏହାପୂର୍ବରୁ କର୍ଣ୍ଣାଟକରୁ ୨, ଗୁଜରାଟରୁ ଜଣେ, ମୁମ୍ବାଇରୁ ଜଣେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।