ଭୁବନେଶ୍ୱର ୩୧/୧0:- ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ୱିତୀୟ ଲହର ସମୟରେ ରାଜ୍ୟର ସ୍କୁଲ ବନ୍ଦ ରହିଥିଲା ବେଳେ ଧିରେ ଧିରେ ପୁଣି ଥରେ ସ୍କୁଲ ଖୋଲିଛି ।

କରୋନା ମହାମାରୀର ପ୍ରକୋପ କମିବାପରେ ପ୍ରଥମେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ କରାଯାଇଥିଲା, ଏହାପରେ ପର୍ଯ୍ୟାୟ କ୍ରମେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ମଧ୍ୟ ଆରମ୍ଭ ହୋଇଥିଲା । 

ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ କରିବେ ବୋଲି ନିଷ୍ପତି ନେଇଥିବା ବେଳେ ଆସନ୍ତା ଦୀପାବଳି ପରଠାରୁ ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ ହେବାକୁ ଯାଉଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସ୍କୁଲ ଯିବାକୁ ପିଲାମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି ଓ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍କୁଲ ଗୁଡିକରେ ସମସ୍ତ କରୋନା କଟକଣା ମଧ୍ୟରେ କ୍ଲାସ ଆରମ୍ଭ କରାଯିବ ଓ ଧିରେ ଧିରେ ପୁଣିଥରେ ସ୍ଥିତି ସ୍ୱଭାବିକ୍ ହେବାର ଆଶା ରହିଛି ବୋଲି ଆଜି ପ୍ରତିକ୍ରିୟା ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *