ସିନାପାଲି-୩୧/୧୨/ନିପ୍ର :ନୂଆପଡା ଜିଲ୍ଲା ଯାଦବ କର୍ମଚାରୀ ସଂଘର ସଂଘଠନିକ ଅଭିଯାନ ବୋଡେନ ବ୍ଲକ ପାତଲଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ଠାରେ ଆରମ୍ଭ ହୋଇଯାଇଛି। ଏହି ଅଭିଯାନ ରେ ବରିଷ୍ଠ ଶିକ୍ଷକ ଶୁକ୍ରୁଚନ୍ଦ୍ର ବାଗ ଅଧ୍ଯକ୍ଷତା କରିଥିବା ବେଲେ ବୋଡେନ, ସିନାପାଲି, ଖଡିଆଲ, କୋମନା , ନୂଆପଡା, ୫ଟି ବ୍ଲକ ରେ ସମସ୍ତ କନିଷ୍ଠ ବରିଷ୍ଠ କର୍ମଚାରୀ ଗଣ ଯୋଗ ଦେଇଛନ୍ତି। ଚାକରି ଜୀବନ କାଲରେ ସରକାର ଙ୍କ ନିର୍ଦ୍ଦେଶ କୁ ପାଲନ କରି କର୍ମକରି ଚାଲିଥିବା ବେଲେ ପ୍ରଭୁ ଶ୍ରୀ କ୍ରୁଷ୍ନ ଙ୍କ ଯାଦବ ସମାଜ ରେ ଜନ୍ମ ଗ୍ରହଣ କରିଥିବା ନିଜକୁ ଭାଗ୍ଯବାନ ମନେ କରିଛନ୍ତି। ସମସ୍ତ କର୍ମଚାରୀ ଅନେକ ଝଡଝଜ୍ଞାଦେଇ ଜିଲ୍ଲା ଜାଦବ ସମାଜ କାମକରି ଚାଲିଥିବା ବେଲେ ଗୁଣ୍ତୁଚି ମୁଷା ସଦ୍ରୁଶ୍ଯ ସମାଜ ର ଶିକ୍ଷା ସ୍ୱାସ୍ଥ୍ୟ ଓ ସଂସକାର ଉପରେ କାମ କରିବା ପାଇଁ ଯାଦବ କର୍ମଚାରୀ ସଂଘ ଯୋଡି ହୋଇଥିବା ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲା ଯାଦବ ସମାଜ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବରେ ବରିଷ୍ଠ ଶିକ୍ଷକ ଶୁକ୍ରୁଚନ୍ଦ୍ର ବାଗ, ଉପସଭାପତି ବଂଶିଧର ହଂସ, ସାଧାରଣ ସମ୍ପାଦକ ଗଗନ ବିହାରୀ ହଂସ, ସହ ସମ୍ପାଦକ ଜୟକ୍ରୁଷ୍ନ ନିଆଲ, କୋଷାଧ୍ୟକ୍ଷ ଶ୍ରୀ ନିଆଲ, ଜିଲ୍ଲା ସଂଯୋଜକ ଛବିପୋଡ, ଙ୍କୁ ସର୍ବସମ୍ମତି କ୍ରମେ ଗ୦ିତ କରିଥିବା ବେଲେ ଉପଦେଷ୍ଟା ମଣ୍ଡଳୀ ଭାବେ ସୁରେଶ ବାଗ, ତ୍ରିଲୋଚନ ନାଗ, ହରଦେବ ହଂସ, ଲୋକନାଥ ନିଆଲ, ଡମ୍ୱବୁଡା ଗୁଆଲ, ରମଣ ହେର୍ଣ୍ନା, ପିତାମ୍ୱର ହଂସ, ଙ୍କୁ ଚୟନ କରାଯାଇଛି। ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା