ସିନାପାଲି :-୨୭-୦୯-୨୦୨୧ଆଜି ସିନାପାଲି ବ୍ଲକ ବୋଟୋପାଲି ବନ୍ୟା ଆଶ୍ରୟସ୍ଥଳୀ ଠାରେ ସିନାପାଲି ବ୍ଲକ ଶ୍ରମିକ ମହାସଙ୍ଘ ର ସମସ୍ତ ପ୍ରମୁଖ ଟ୍ରେଡ଼ ୟୁନିଅନ ର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲା ଶ୍ରମିକ ମହାସଙ୍ଘ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଆଗାମୀ ଚାରି ଅକ୍ଟୋବର ଦିନ ନୂଆପଡା ଠାରେ ହେବାକୁ ଥିବା ଶ୍ରମିକ ଆନ୍ଦୋଳନ ଡାକରା କୁ ସଫଳ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ପ୍ରତ୍ୟେକ ଗାଁ ରେ ମିଟିଂ କରି ଶ୍ରମିକ ମାନ ଙ୍କୁ ଏକଜୁଟ କରିବାପାଇଁ ବୈଠକରେ ପ୍ରସ୍ତୁତି କରାଯାଇଥିଲା।।ନୂଆପଡା ଜିଲ୍ଲା କୁ ଦାଦନ ମୁକ୍ତ କରିବା,ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ନୂଆପଡା ସଦର ମହକୁମା କୁ ତୁରନ୍ତ ସ୍ଥାନାନ୍ତର କରିବା,ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଖାଲିଥିବା ସମସ୍ତ ପଦ ପଦବୀ କୁ ତୁରନ୍ତ ପୁରଣ କରିବା,ମନରେଗା ରେ ଜିଲ୍ଲା ସାରା ବକେୟା ଥିବା ପାଉଣା ତୁରନ୍ତ ପ୍ରଦାନ,ମନରେଗାରେ ବ୍ୟାପକ ଦୁର୍ନୀତି ର ତଦନ୍ତ,ନିର୍ମାଣ ଶ୍ରମିକଙ୍କ କୋଭିଡ ସହାୟତା ତୁରନ୍ତ ପ୍ରଦାନ ଇତ୍ୟାଦି ଦାବିରେ ଆସନ୍ତା ଆନ୍ଦୋଳନ ହେବ ଓ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ କୁ ପୂର୍ଣ ମାତ୍ରାରେ ସଫଳ କରିବା ପାଇଁ ବୈଠକରେ ପ୍ରସ୍ତୁତି କରାଯାଇଥିଲା।
ପ୍ରମୁଖ ଟ୍ରେଡୟୁନିୟନ ର ନେତୃମଣ୍ଡଳୀ ଓ ଏକଶହ ରୁ ଉର୍ଧ୍ଵ କର୍ମକର୍ତ୍ତା ଏହି ବୈଠକରେ ସାମିଲ ହୋଇଥିଲେ।ଏହା ପରେ ପ୍ରତ୍ୟେକ ପଂଚାୟତରେ ଶ୍ରମିକ ମାନଙ୍କ ବୈଠକ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ହେଲା।ଏହି ସଭାରେ ମହାସଙ୍ଘ ର ବରିଷ୍ଠ ନେତା ଶ୍ରୀ କେଶବ ବେହେରା,ଶ୍ରୀ ପ୍ରଦୀପ ଦଣ୍ଡସେନା, ଶ୍ରୀ ଶୁକ୍ଳାମ୍ବର ନିଆଲ,ଶ୍ରୀ ଯଯାତି ମେହେର,ଶ୍ରୀ କୁଞ୍ଜବିହାରି କଟା,ଶ୍ରୀ ଅଜୟ ଧରୁଆ ପ୍ରମୁଖ ସାମିଲ ହୋଇ ନିଜ ନିଜ ମନ୍ତବ୍ୟ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସିନପାଳି ବ୍ଲକ ର ପ୍ରମୁଖ କର୍ମକର୍ତ୍ତା ଶ୍ରୀପ୍ରେମଲଲ ନାଏକ,ଶ୍ରୀ କୋଦଣ୍ଡ ରାଉତରାୟ, ଶ୍ରୀ ଅଭିଷେକ ମଶ୍ରା,ଶ୍ରୀ ପୁସ୍ତମ୍ ମଶ୍ରା,ସତ୍ୟବାନ କଟା,ରଶ୍ମି ରଂଜନ ରଣା, ମୁରଲୀ ତାଣ୍ଡି,ପର୍ଶୁରାମ ବିଶି ପ୍ରମୁଖ ବୈଠକ ର ସଫଳ ଆୟୋଜନ କରିବା ସହିତ ଆଗାମୀ ଆନ୍ଦୋଳନ ରେ ସିନାପାଲି ବ୍ଲକ ରୁ ଅଧିକ ରୁ ଆଧିକ ସଂଖ୍ୟା ରେ ଆନ୍ଦୋଳଲନକାରୀ ଶ୍ରମିକ ଭାଇ ଓ ଭଉଣୀମାନେ ଯୋଗଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *