ସିନାପାଲି-୬/୮/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପଞ୍ଚାୟତ ସଦର କଲ୍ୟାଣ ମଣ୍ତପ ଠାରେ ନବନିର୍ବାଚିତ ମହିଲା ଗ୍ରାମ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଦିହଙ୍ଗର ପ୍ରକଲ୍ପ ନୂଆଦିଲ୍ଲୀ ଙ୍କ ଦ୍ଵାରା ୨ଦିନିଆ ଆର୍ଥିକ ପରିଚାଳନା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଖାପଦର ପଞ୍ଚାୟତ ସରପଞ୍ଚ ରତନେ ତାଣ୍ତି, ଗଣ୍ତାବାହାଲି ପଞ୍ଚାୟତ ସରପଞ୍ଚ କୌଶଲ୍ୟା ମେହେର, ବରଗାଁ ପଞ୍ଚାୟତ ସରପଞ୍ଚ ଯାଜ୍ଞସେନୀ ମାଝି, ଚଟିଆଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜିତା ପାତ୍ର, ସମେତ ମହିଲା ୱାର୍ଡ ସଭ୍ୟାମାନେ ଯୋଗଦେଇ ଥିଲେ। ତାଲିମ ଦାତାମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ବେହେରା ପଞ୍ଚାୟତ ନିଜସ୍ବ ପାର୍ଟି ରେ କିପରି ଖର୍ଚ୍ଚ କରିବେ ତାର ହିସାବ କେମିତି ରଖିବେ ଓ ଗ୍ରାମ ପଞ୍ଚାୟତ ର ଉନ୍ନୟନ ଯୋଜନା ହେବ ତାହା ଆଳୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ତରୁଣ ସା, ସତ୍ଯ ମେହେର, ଚୈତନ୍ୟ ସା, ସହଯୋଗ କରିଥିଲେ। ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା