ଭଦ୍ରକ : ଗତକାଲି ସନ୍ଧ୍ୟାରେ ଚାନ୍ଦବାଲି ବ୍ଲକର ଜଳେଶ୍ବରପୁର ଗ୍ରାମପଞ୍ଚାୟତର ବିଜୁଜନତା ଦଳର କର୍ମୀ ମାନେ ଏକାଠି ହୋଇ ପଂଚାୟତ ନିର୍ବାଚନ ପାଇଁ ପାର୍ଥି ଚୟନ କରିଛନ୍ତି । ୧୨ଟି ୱାଡ଼କୁ ନେଇ ଗଠିତ ଉକ୍ତ ପଞ୍ଚାୟତର ବହୁ ଆଗ ଧାଡ଼ିର କର୍ମୀ ଯୋଗଦେଇ ପ୍ରଫୁଲ୍ଲ ବେହୁରାଙ୍କୁ ସରପଞ୍ଚ ପାର୍ଥି ଭାବେ ଚୟନ କରିଥିଲେ । ସମିତି ସଭ୍ୟ ପଦ ପାଇଁ ଦୁଇ ଜଣଙ୍କ ନାମ ଆସିବାରୁ ଚୟନ ହୋଇପାରି ନ ଥିଲା ଯାହାକୁ ବିଧାୟକଙ୍କ ନିଷ୍ପତ୍ତି ଉପରେ ଛାଡିଦିଆଯାଇଛି । ଆଜି ପଞ୍ଚାୟତର କିଛି କର୍ମୀ ବିଧାୟକଙ୍କୁ ଭେଟି ସେମାନଙ୍କର ନିଷ୍ପତ୍ତି ଜଣାଇବେ । ବିଧାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳ ନିର୍ବାଚନ ଲଢ଼ିବ ବୋଲି ସମସ୍ତେ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *