ମାଲକାନଗିରି ( ୨୪ /0୮ ):- ସୀମାନ୍ତ ଛଡିଶଗଡରେ ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ମାଓବାଦୀ ଓ ଯବାଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମୃତକଙ୍କ ମଧ୍ୟରେ ଜଣେ ନକ୍ସଲ କମାଣ୍ଡର ନିହତ ହୋଇଛନ୍ତି । ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଜମିନେସନ ବେଳେ ଗୁଳି ବିନିମୟ ହୋଇଥିଲା । 

ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେପଟେ ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହାସହିତ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *