ମାଲକାନଗିରି ୧୪/୦୧/୨୨ (ନିର୍ଭୟ ସୂଚନା) ପ୍ରଭାକର ସୁନା ଙ୍କ ରିପୋର୍ଟ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ପୋଲିସ ଜାଲରେ ଛଅ ଜଣ ଗଞ୍ଜେଇ ରାକେଟ କୁ ଧରିବାରେ ସଫଳ ହୋଇଛି । କୁଡୁମୁଲୁଗୁମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିସ ଚନ୍ଦ୍ର ମହାରଣା କୌଣସି ସୁତ୍ରରୁ ଖବର ପାଇ ତାଙ୍କ ଟିମ୍ ସହ କୁଡୁମୁଲୁଗୁମା ନିକଟରେ ଥିବା ମାଛାଗୁଡା ଜଙ୍ଗଲ ରୁ ୬ ଜଣ ଗଞ୍ଜେଇ କାଉଡ଼ିଆ କୁ ଜବତ କରିଛନ୍ତି ।ସେମାନଙ୍କ ପାଖରେ ୨୮୦ କେଜି ଗଞ୍ଜେଇ ଜବତ କରାଯାଇଛି।ସମସ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଆଣି ଘାଟି ଜଙ୍ଗଲ ରାସ୍ତା ଦେଇ ମାଛାଗୁଡା ରେ ପହଞ୍ଚାଇ ଥିବାର ଜଣାପଡିଛି। ସେମାନଙ୍କ ମଧ୍ୟରୁ ୪ ଜଣ କୋଟପାଡ଼ ଅଞ୍ଚଳ ର ହୋଇଥିବା ବେଳେ ୨ ଜଣ ଉମରକୋଟ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କୁ ଆଜି ମାଲକାନଗିରି କୋର୍ଟ କୁ ଚାଲାଣ କରାଯାଇଛି।