ସିନାପାଲି-୨୯/୧୧/ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲି ବ୍ଲକ ସଦର ଜଗନ୍ନାଥ ଛକ ର ଜଣେ ଯୁବତୀ ନିଜ ପ୍ରେମ ପାଇଁ ବିଷପିଇ ଆତ୍ମହତ୍ଯା କରିଥିବା ଯୁବତୀ ଙ୍କ ମାଁ ଅମ୍ୱିକା ମେହେର ସିନାପାଲି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଘଟଣା କୁ ନେଇ ସିନାପାଲି ଥାନାରେ ମାମଲା ରୁଜୁ କରାଯାଇଥିଲା। ଆଜି ପ୍ରେମିକ ଅଭିଯୁକ୍ତ ସୁମନ୍ତ ମେହେର ଙ୍କୁ ଗିରଫ୍ କରି କୋଟ ଚାଲାଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ଯୁବତୀ ଜଣକ ୨ରୁ୩ ବର୍ଷ ହେବ ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ଗ୍ରାମର ସୁମନ୍ତ ମେହେର ବୋଲି ଯୁବକ ଜଣକ ଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପରସ୍ପର ମଧ୍ଯ ରେ ପ୍ରେମ ସମ୍ପର୍କ ଗଢିଉଠିଥିବା ବେଲେ ଯୁବକ ଜଣକ ବିବାହ ପ୍ରତିସ୍ରୁତି ଦେଇ ପ୍ରେମ ପ୍ରେମ ପ୍ରତାରଣା କରିଥିବା ଯୁବତୀ ଙ୍କ ମାଁ ଅମ୍ୱିକା ମେହେର ସିନାପାଲି ଥାନାରେ ଅଭିଯୋଗ କରିଥିଲେ। ଯୁବକ ଜଣକ ଶାରୀରିକ ସମ୍ପର୍କ ରଖି ମଧ୍ଯ ବିବାହ କରିବାକୁ ମନା କରିଥିଲା। ଶେଷରେ ଯୁବକ ଯୁବତୀ ଙ୍କ ଘର ନିକଟ ସ୍ଥାନ ରୁ ଅନ୍ୟ ଏକ ଝିଅ ସହ ବିବାହ ନିର୍ବନ୍ଧ ବାନ୍ଧି ଥିଲା। ପ୍ରେମିକ ଙ୍କ ଅନ୍ୟ ଝିଅ ସହ ନିର୍ବନ୍ଧ ହେଉଥିବା ଯାଣି ପ୍ରେମିକା ବିଷପିଇ ଆତ୍ମହତ୍ଯା କରିଥିଲା। ପରେ ଯୁବତୀ ଙ୍କ ମାଁ ନ୍ଯାୟ ପାଇଁ ଆକୁଳ ନିବେଦନ ନେଇ ସିନାପାଲି
ଥାନାରେ ଅଭିଯୋଗ କରିଥିଲେ।
ଆଜି ପ୍ରେମିକ ଅଭିଯୁକ୍ତ ଙ୍କୁ ଗିରଫ୍ କରି କୋଟ ଚାଲାଣ କରିଥିବା ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ ସୁଚନା ଦେଇଛନ୍ତି। ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା