Media Cares ର ଉଦ୍ୟମ, ରାଜ୍ଯରେ 2ୟ ଲହଡି ରେ 12 ପେଶାଦାର ସାମ୍ବାଦିକଙ୍କ ମୃତ୍ୟୁ

ବ୍ରହ୍ମପୁର ସହରରେ ସାମ୍ବାଦିକଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢୁଛି। ଏଣୁ କେବଳ ସାମ୍ବାଦିକଙ୍କ ପାଇଁ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ଏଥିରେ ସହଯୋଗ କରିଛି। ବିଭିନ୍ନ ଘରୋଇ ମେଡ଼ିକାଲ ଏବଂ ସାମାଜିକ ସଂଗଠନ ପକ୍ଷରୁ ଡାକ୍ତର, ନର୍ସ, ଅମ୍ଳଜାନ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି। ମେଡ଼ିଆ କେୟାରସ ପକ୍ଷରୁ ଏହାର ଆବାହକଭକ୍ତ ତ୍ରିପାଠୀ ଏଥିପାଇଁ ପ୍ରଶାସନ ଓ ପ୍ରେସ କ୍ଲବ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଛନ୍ତିI