ଫର୍ମ ଫିଲପ ଫି ବୃଦ୍ଧିକୁ ନେଇ ଘଣ୍ଟେଶ୍ଵର କଲେଜରେ ଉତେଜନା
ଭଦ୍ରକ,୬/୨(ନି.ପ୍ର):ଫର୍ମଫିଲପ ଫି ବୃଦ୍ଧିକୁ ନେଇ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତେଜନା।ଶତାଧିକ ଛାତ୍ରଛାତ୍ରୀ କଲେଜ ଗେଟ ଆଗରେ ଟାୟାର ଜାଳି ହୋହାଲ୍ଲା କରିବା ସହ ଆନ୍ଦୋଳନ ଚଳାଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ଫର୍ମଫିଲପ ଫି ବାବଦକୁ 520 ଟଙ୍କା ନେବା କଥା ହେଲେ କଲେଜ କତୃପକ୍ଷ ଏକ ହଜାରରୁ ଉର୍ଦ୍ଧ ଟଙ୍କା ନେଉଛନ୍ତି।ବାରମ୍ବାର ଜଣାଇବା ପରେବି ଫି କମାଉ ନାହାଁନ୍ତି କଲେଜ କତୃପକ୍ଷ।ତେବେ ଫର୍ମ ଫିଲପ ଫି କମାଇବା ଦାବୀ କରି ଆଜି ଯୁକ୍ତ 2 ର ଛାତ୍ରଛାତ୍ରୀ ମାନେ କଲେଜ ଫାଟକ ଆଗରେ ବିକ୍ଷୋଭ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି।ଏହି ଘଟଣାକୁ ନେଇ କଲେଜ ପରିସରରେ କିଛି ସମୟ ପାଇଁ ଅଶାନ୍ତ ହୋଇପଡିଥିଲା।ଖବର ଲେଖା ହେବା ବେଳକୁ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଥିଲା ।

Leave a Reply

Your email address will not be published. Required fields are marked *