ସମ୍ବଲପୁର୨୭ /୦୯:ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି । ପୂର୍ବରୁ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଗତକାଲି ୪ଟି ଓ ଆଜି ସକାଳେ ଅବଶିଷ୍ଟ ୨ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରିଦିଆଯାଇଛି ।

ହସ୍ତଗତ ହୋଇଥିବା ଶେଷ ସୂଚନା ଅନୁଯାୟୀ, ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୨୯.୪୩ ଫୁଟ୍ ରହିଛି । ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୪ ହଜାର ୭୩୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨୩ ହଜାର ୯୦୮ ଘନଫୁଟ ଜଳ ନିଷ୍କାସନ ହେଉଛି ।

ସୂଚନା ଯୋଗ୍ୟ, ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ୍ ଗେଟ୍ ଗୁଡିକ ଖୋଲାଯାଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ତେବେ ବର୍ତମାନ ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ରଖାଯାଇଛି ।

Leave a Reply

Your email address will not be published. Required fields are marked *