କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ କ୍ୟାମ୍ପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଥିବା ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ଉପସ୍ଥିତରେ ଏକ ସଭାର ଆୟୋଜନ ହୋଇଥିଲା l ଏଥିରେ କମାଡେଣ୍ଟ ଶ୍ରୀ ଝା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ପ୍ରଥମେ ସିଆରପିଏଫର ଶହୀଦ ହୋଇଥିବା ଜବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ଶ୍ରଦ୍ଧାଞ୍ଜଳି ସହ ସଲାମୀ ନେଇଥିଲେ l ଏହି

ଅବସରରେ ଆୟୋଜିତ ସଭାରେ କମାଡେଣ୍ଟ ଗଣ ଉପସ୍ଥିତ ରହି ଶହୀଦ ଜବାନ ମାନଙ୍କୁ ସମ୍ଭୋଧିତ କରି ଦେଶରେ ଶାନ୍ତି ଓ ଏକତା ବଜାୟ ରଖିବା ସହ ସିଆରପିଏଫର ୮୨ ବର୍ଷ ମଧ୍ୟରେ ଥିବା ଇତିହାସକୁ ସଂକ୍ଷେପରେ ବର୍ଣ୍ଣନା କରି ସଦା ସର୍ବଦା ଭାରତ ବର୍ଷର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଉପସ୍ଥିତ ଜବାନ ମାନଙ୍କୁ ଆହ୍ୱାନ କରିଥିଲେ l

Leave a Reply

Your email address will not be published. Required fields are marked *