ଭଦ୍ରକ୨୧/୧୧:(ସୂର୍ଯ୍ୟୋଦୟ ବିଶ୍ୱାଳ)ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ଟାଉନ ହଲ୍ ପରିସର ରେ ବାସୁଦେବପୁର ପଞ୍ଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାସୁଦେବପୁରର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟଙ୍କ ସହ ବିଡିଓ ସତ୍ୟଜିତ ରାଉତ,ଜିପିଓ ଅଶୋକ କୁମାର ଦାଶ, ସାଂସଦଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ବ୍ଲକ୍ ଅଧ୍ୟକ୍ଷା ପୂର୍ଣ୍ଣିମା ମଲ୍ଲିକ ଉପସ୍ଥିତ ଥିଲେ। ଉକ୍ତ ସାଧାରଣ ବୈଠକରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ୍ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନର ବିଷୟ ରେ ଆଲୋଚନା କରାଯାଇଥିଲା। ବାସୁଦେବପୁର ପଞ୍ଚାୟତର ସମସ୍ତ ପଞ୍ଚାୟତରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ବିଡିଓ ସତ୍ୟଜିତ ରାଉତ ପ୍ରକାଶ କରିବା ସହ ସ୍ଵାସ୍ଥ୍ୟ କାର୍ଡ ବିଷୟରେ ସମସ୍ତ ବିବରଣୀ ଉଲ୍ଲେଖ କରିଥିଲେ। ଆଜିର ଏହି ସାଧାରଣ ବୈଠକରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।