ସମ୍ବଲପୁର -ରମାକାନ୍ତ ବିଶ୍ବାଳ ତା. ୩0/୧୨: ସମ୍ବଲପୁର ଜିଲ୍ଲା ବାହାମ ଗ୍ରାମପଞ୍ଚୟତରେ ଆଜି ବିଭିନ୍ନ ଉନ୍ନୟନ କାମ ଲୋକାର୍ପିତ ହୋଇଛି । ଖଲିଆପାଲି ଛକରେ ଥିବା ମହାବୀର ଗ୍ରାମୀଣ ଉଦ୍ୟାନକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା ଲୋକାର୍ପିତ କରିଥିବା ବେଳେ ପଡିଆବାହାଲ ଠାରେ ଥିବା ଜୟଦୂର୍ଗା ଗ୍ରାମୀଣ ପାଠାଗାରକୁ କୁକୁଡାପାଲି ସମିତିସଭ୍ୟା ସସ୍ମିତା ଦେହୁରୀ , ମେଘପାଳ ସରପଞ୍ଚ୍ ମମତା ପ୍ରଧାନ,ଟାମ୍ପରଗଡ ସରପଞ୍ଚ୍ ରତ୍ନାବତୀ ବେହେରା ମିଳିତଭାବେ ଲୋକାର୍ପଣ କରିଥିଲେ । ଏହାପରେ ପାନୀୟ ଜଳ ସେବାକୁ ଜୟ ଦୂର୍ଗା ପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ବେହେରା ଓ ବଜାର ପ୍ରାଙ୍ଗଣକୁ ଜୟଦୁର୍ଗା ବ୍ୟବସାୟୀ ସଂଘର ସଭାପତି ବିଜୟ କୁମାର ନାୟକ ଓ ରବିନାରାୟଣ ବେହେରା ଲୋକାର୍ପିତ କରିଥିବା ବେଳେ ନାୟକ ସରପଞ୍ଚ୍ ସବିତା ପ୍ରଧାନ ପଞ୍ଚାୟତର ସମସ୍ତ ସିଆରପିଙ୍କ ଉପସ୍ଥିତିରେ ଶୌଚାଳୟକୁ ଲୋକାର୍ପଣ ଲରିଥିଲେ । ଏହି ଅବସରରେ ସରପଞ୍ଚ୍ ମିତ୍ରଭାନୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ସହିତ ସୁରୁବାବୁ ନାୟକ,ଦେବାନନ୍ଦ ଭୋସଗର,ହରିହର ନାୟକ,ଅଶ୍ୱନୀ ମିଶ୍ର,ପ୍ରଫୁଲ୍ଲ ମଗର ସଞ୍ଜିବ କୁମାର ପଣ୍ଡା ସମ୍ମାନୀତ ଅତିଥିଭାବେ ଯୋଗଦେଇ ବାହାମ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ଶେଷରେ ଡା.ରାଜାରାମ ଷଡଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ସରପଞ୍ଚ୍ ମିତ୍ରଭାନୁ ପ୍ରଧାନଙ୍କ ନେତୃତ୍ୱରେ ପଞ୍ଚାତୟ ନିର୍ବାହୀ ଅଧିକାରୀ ସଞ୍ଜିବ କୁମାର ପଧାନ,ଜିଆରଏସ ଜିତେନ୍ଦ୍ର କୁମାର ସାହୁ,ଯନ୍ତ୍ରୀ ଚିରଞ୍ଜିବି ନାଥ ଙ୍କ ସହିତ କପିଳ ପ୍ରଧାନ , ଧର,ଆଶିଷ ନାୟକ,ରାଜେଶ ମହାପାତ୍ର,ଅଶୋକ ରାୟ ପରିଚାଳନା କରିଥିଲେ ।