ଭଦ୍ରକ,୩୦/୧୦(ନି. ପ୍ର):ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରାଯିବା ପରେ ରାଜ୍ୟରେ ଦେଖା ଦେଇଛି ଅଶାନ୍ତି ।ବିରୋଧୀ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ମଧ୍ୟ କରାଯାଉଛି । ନିରୀହ ମମିତା ମେହେର ଙ୍କୁ ଯେଉଁପରି ଭାବେ ହତ୍ୟା କରାଗଲା ଓ ରାଜ୍ୟ ସରକାରଙ୍କ କେବିନେଟ ମନ୍ତ୍ରିମଣ୍ଡଳର ଜଣେ ଟାଣୁଆ ନେତା ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃତ୍କ୍ତି ଥିବା ଅଭିଯୋଗ କରି ତାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଗିରଫ କରିବା ଓ CBI ତଦନ୍ତ ଦାବି କରିବା ନେଇ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ୬ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରାଯାଇ ବନ୍ଦ କରାଯାଉଛି। ସାଂସଦୀୟ ନେତା ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାନସଭା ସ୍ଥରୀୟ ନେତା ଶ୍ରୀ ପ୍ରଦୀପ ନାୟକ,ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ,ହେମନ୍ତ ପାଢୀ, ଉଦୟ ନାରାୟଣ ମଲ୍ଲିକଙ୍କ ସମେତ ଅନେକ ନେତୃ ମଣ୍ଡଳୀ ଓ କର୍ମୀ ଉପସ୍ଥିତ ରହି ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ନାରାବାଜି ଦେଇଥିଲେ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଲା।

ସେହିପରି ଚାନ୍ଦବାଲି, ଧାମନଗର, ବାସୁଦେବପୁରରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଭାଜପା ନେତା, କର୍ମୀ ବ୍ଲକର ବିଭିନ୍ନ କାର୍ଯ୍ୟାଳୟ, ଦୋକାନ, ବଜାରକୁ ବନ୍ଦକରିଥିଲେ । ଏଥିରେ ମହେଶ୍ଵର ଧଳ, ରାଜେନ୍ଦ୍ର ବାରିକ୍ , ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *