ନୂଆପଡା: ତା:୧୫.୦୯.(ନିପ୍ର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷଗାଁ ଠାରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ହତ୍ୟାଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ରିଷଗାଁ ଚିତମାନ ଦଳ, ବାପା-ଦ୍ରୋଣ ଦଳକୁ ଥାନାରେ ଅଟକ ରଖି ଘଟଣାର ପଚରା ଉଚରା ଚାଲୁଅଛି। ଘଟଣା ସ୍ଥଳକୁ ଖଡ଼ିଆଳ ପୋଲିସ ସହ ସନ୍ଧାନୀ କୁକୁର ଦଳ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ ୧୩ ତାରିଖ ନୂଆଖାଇ ପର୍ବ ପାଳନ ନେଇ ପ୍ରସ୍ତୁତ ଥିବା ବେଳେ ଝଗଡା ହୋଇଥିଲେ। ୧୪ ତାରିଖ ଦିନ ହତ୍ୟା କରିଥିବା ଜଣାପଡିଅଛି। ସାତ ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ। । ପୂର୍ବରୁ ଏକ ବିବାହ ହୋଇଥିଲା। ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ। ସାତ ମାସ ପୂର୍ବେ କୋମନା ବ୍ଲକ ବହଳମୁଣ୍ଡା, ସୁମିତ୍ରା ଦଳ, ବାପା ଭାରତ ଦଲଙ୍କ ଝିଅକୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ମଧ୍ୟ ସେହି ଗ୍ରାମର। ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ।

Leave a Reply

Your email address will not be published. Required fields are marked *