ଭୁବନେଶ୍ୱର: ରାଜ୍ୟ ସରକାର ଲକଡାଉନ୍ ଗାଇଡଲାଇନରେ ବୁଧବାରଠୁ ବସ୍ ଚଳାଚଳ ବନ୍ଦ ରହିବା ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ରୋକିବାକୁ ଓଡିଶା ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ, ବୁଧବାର ବା ଆସନ୍ତା ୫ ତାରିଖରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ଏହି ନିୟମ ୧୯ ତାରିଖ ଯାଏଁ ବଳବତ୍ତର ରହିବ ।

ଲକଡାଉନ୍ ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।