ଭୁବନେଶ୍ୱର ୨୭/୯ :- ରାଜ୍ୟ ପୂର୍ବ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି ଭୁବନେଶ୍ୱର କ୍ଳବ୍ ର ନୂଆ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍ ରେ ହରାଇ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଅସିତ୍ ତ୍ରିପାଠୀ ।

ଦୀର୍ଘ ବର୍ଷ ପରେ ଆଜି ଭୁବନେଶ୍ୱର କ୍ଳବ୍ ପାଇଁ ସଭାପତି ଚୟନ ପାଇଁ ଭୋଟ ପ୍ରଦାନ କରାଯାଇଥିଲା । ୧୩୦୦ ରୁ ଉର୍ଦ୍ଧ୍ୱ ମତଦାତା ନିଜ ମତ ଦେଇଥିବା ବେଳେ ଦୁଇ ପୂର୍ବତ୍ତନ ପ୍ରଶାସନିକ ଅଧିକାରୀ ମଧ୍ୟରେ ମୁକାବିଲା ହୋଇଥିଲେ ।

ସଭାପତି ସମେତ ଉପସଭାପତି ଓ ସାଧାରଣ ସମ୍ପାଦକ ପାଇଁ ମଧ୍ୟ ଭୋଟ୍ ହୋଇଥିଲା । ରେସ୍ ରେ ବହୁ ବଡ ବଡ ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ଆଜି ଭୁବନେଶ୍ୱର କ୍ଳବ୍ ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ଅସିତ୍ ତ୍ରିପାଠୀ ।

ସମୁଦାୟ ୭୭୬ ଭୋଟ୍‌ରେ ଅସିତ୍ ବିଜୟ ଲାଭ କରିଥିବା ବେଳେ ନିର୍ବାଚନ ପରେ କ୍ଳବ୍ ମ୍ୟାନେଞ୍ଜମେଣ୍ଟ ଓ ସହକର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅସିତ୍ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *