ସିନାପାଲି-୨୭/୯/ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଣ୍ତିଆରୁଚା ଗ୍ରାମରେ ମାଁ ଡଙ୍ଗରଗୋଶେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିବା ବେଳେ ପୋଟୁଆଗୁଲି ଖେଲ ପଡିଆ ଠାରେ ଅନୁଷ୍ଠିତ ହୋଇଛି। ଏହି ଉଦଯାପିତ ଅବସରରେ ମୁଖ୍ଯ ଅତିଥି ଭାବେ ସିନାପାଲି ବ୍ଲକ ବିଜେଡି ଯୁବ ସଭାପତି ପ୍ରଦିପ କୁମାର ପ୍ରଧାନ ଯୋଗଦାନ କରିଥିବା ବେଲେ ରାଣିମୁଣ୍ତା ପଞ୍ଚାୟତ ସରପଂଚ ଦେବବ୍ରତ ସୁପକାର, ରାଣିମୁଣ୍ତା ସମିତିସଭ୍ୟ ଚିରରଂଜନ ମାଝି, ଧନସିଂ ମାଝି, ରାମଚନ୍ଦ୍ର ମାଝି ମଞ୍ଚାସୀନ ଥିଲେ। ମାଁ ଡଙ୍ଗରଗୋଶେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଖେଲ ପରିଚାଲନା ପରମେଶ୍ୱର ଧରୁଆ ଦାୟିତ୍ୱ ତୁଲାଇ ଥିବା ବେଲେ ପ୍ରଥମ ଖେଲ କରାଡଙ୍ଗରି ଓ ମାଣ୍ତିଆରୁଚା ଦଲ ମଧ୍ଯ ରେ ଖେଳ ହୋଇଥିବା ବେଳେ ମାଣ୍ତିଆରୁଚା ଦଲକୁ କରାଡଙ୍ଗରି ଦଲ ୩ ଗୋଲ ରେ ପରାସ୍ତ କରି ବିଜୟି ହୋଇଥିଲେ। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ୧୦ ଗୋଟି ଦଲ ଭାଗ ନେଇଥିବା ବେଲେ ମାଁ ଡଙ୍ଗରଗୋଶେନ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ଗୋକୁଲ ଚନ୍ଦ୍ର ମାଝି, ସମ୍ପାଦକ ଗୌତମ ମାଝି, ପଦ୍ମଲୋଚନ ମାଝି, କ୍ଷିରସିନ୍ଧୁ ମାଝି, କ୍ଷେମରାଜ ମାଝି, ମହେଶ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ।ସିନାପାଲି ରୁ ଅଜିତ କୁମାର ଯୋଷୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *