ସିନାପାଲି-୩୧/୧୨/ନିପ୍ର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ପଞ୍ଚାୟତ ଚଚରାଭଟା ଗ୍ରାମ ମହାବନ୍ଦ ଖେଲ ପଡିଆଠାରେ ମାଁ ଭଣ୍ତାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପିତ ଖେଲ ହୋଇଯାଇଛି। ଏହି ଉଦଯାପିତ ଖେଲ ତୁକୁଲା ଦଲ ସିନାପାଲି ଦଲ ମଧ୍ଯ ରେ ହୋଇଥିବା ବେଳେ ପ୍ରଥମେ ତୁକୁଲା ଦଲ ବେଡିଙ୍ଗ୍ କରି ୨୦ ଓଭର ରେ ୬ ୱକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲା। ଜବାବ୍ ରେ ସିନାପାଲି ଦଲ ୧୬ ଓଭର ୪ବଲରେ ଅଲ୍ ଆଉଟ୍ ହୋଇ ୧୦୫ ରନ ସଂଗ୍ରହ କରି ପରାଜିତ ହେବାପରେ ତୁକୁଲା ଦଲ ବିଜୟୀ ଘୋଷିତ ହୋଇଥିଲା। ଉଦଯାପିତ ଖେଲ ରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ୱୋଦର ନିଆଲ, ଜିଲ୍ଲାପରିଷଦ ସଦସ୍ଯ ପ୍ରିୟ ରଂଜନ ମେହେର, ବିଜୁ ଛାତ୍ର ଜନତା ଦଲ ଜିଲ୍ଲା ସଭାପତି ଅମିତ ସିଂ ଦେଓ, ଲୋଚନ କୁମାର, ଚିନ୍ତାମଣି ହଂସ ମହେଶ୍ୱର ଭୋଇ, ଆନନ୍ଦ ମେହେର,ହିରା ମେହେର, ରାଜକୁମାର ରାଉତ୍, ଲିଙ୍ଗରାଜ ଛତ୍ରିଆ, ହରି ମାଝି, ସୁବାସ ଛତ୍ରିଆ, ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଉଦଯାପିତ ଖେଲ କୁ ରୁମାଞ୍ଚଲ ଭୋଇ, ମଦନ ଘିଭେଲା ପରିଚାଲନା କରିଥିବା ବେଲେ ଉଦଘୋଷକ ଭାବେ ଭିମରାଜ ତାଣ୍ତି, ମନିଶ ଧରୁଆ, ଦୁଷ୍ମନ୍ତ ପାତ୍ର, ସୁଚିତ ସରାଫ, ଥବିର ଦିପ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ମାଁ ଭଣ୍ତାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ଡିସେମ୍ବର ଛତ୍ରିଆ, ସମ୍ପାଦକ ଝସକେତନ ତାଣ୍ତି, ଲମ୍ୱୋଦର ଠେଲା, ମୁଖ୍ଯ ଦାୟିତ୍ୱ ତୁଲାଇଥିବା ବେଲେ ବିଘ୍ନରାଜ ତାଣ୍ତି, ତୁଲସୀ ବଗର୍ତୀ, ନିଲମଣି , ମଙ୍ଗଳ, ସମେତ କମିଟି ର ଅନ୍ଯାନ୍ଯ ସଦସ୍ଯ ପ୍ରମୁଖ ସହଯୋଗ କରିଥିଲେ। ସିନାପାଲି ରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା