ନୂଆଦିଲ୍ଲୀ ୨୬ /୯ :- ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ମାଓଦମନ ଉପରେ କେନ୍ଦ୍ର ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମିଳିଥିବା ସୂଚନା ଅନୁସାରେ ଏହି ବୈଠକ ୧୦ ଟାରେ ଆରମ୍ଭ ହେବ । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ଦଶଟି ମାଓ ଉପଦ୍ରୁପ ରାଜ୍ୟର ପ୍ରତିନିଧି ମାନଙ୍କ ସହିତ ହେବ ବୈଠକ । ବୈଠକରେ ଯୋଗଦେବେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦେଶକ ।

ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ଯୋଗଦେବେ । ବୈଠକରେ ମାଓ ଦମନ ଲାଗି ନିଆଯାଇଥିବା ପଦକ୍ଷେପ ତଥା ଭବିଷ୍ୟତ ଯୋଜନା ସଂପର୍କରେ ରାଜ୍ୟମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ ।

ମାଓ ପ୍ରବଣ ରାଜ୍ୟମାନଙ୍କ ପ୍ରଭାବିତ ଜିଲ୍ଲା ଗୁଡିକରେ ଭିତ୍ତିଭୂମି ବିକାଶ, ସଡ଼କ ଯୋଗାଯୋଗ, ମୋବାଇଲ୍ ଟାୱାର ସ୍ଥାପନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସେହିପରି ମାଲକାନଗିରି, ନବରଙ୍ଗପୁର ରେ ରେଳ ସଂଯୋଗ, ସୀମାବର୍ତୀ ଜିଲ୍ଲା ଗୁଡିକରେ ବ୍ୟାଙ୍କ ସେବା ବୃଦ୍ଧି ଦାବି କରି ପାରନ୍ତି ନବୀନ । 

ମାଓ ମୁକାବିଲା ରେ ପାଇଁ ବକେୟା ଥିବା ୨୨୭ କୋଟି ପ୍ରଦାନ କରିବା ପାଇଁ ମଧ୍ୟ ସେ ଅପିଲ କରି ପାରନ୍ତି । ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୫୦ ରୁ ଅଧିକ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ବିଭିନ୍ୟ ଅପରେଶନ ରେ ୨୦୧୮ – ୨୦ ରେ ୪୦ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି ଏହି ତଥ୍ୟ ମଧ୍ୟ ରାଜ୍ୟ ସରକାର ରଖିବେ ।

ମାଓ ମୁକାବିଲା ରେ ନିୟୋଜିତ ଉଜଚଲ ବାବଦରେ ବକେୟା ଥିବା ୪୫୦୦ କୋଟି ରୁ ଅଧିକ ଟଙ୍କା ଛାଡ଼ ପାଇଁ ଦାବି କରି ପାରନ୍ତି ରାଜ୍ୟ ସରକାର । ଗୃହମନ୍ତ୍ରୀ ବୈଠକରେ ମାଓ ଦମନ ଅଭିଯାନ ନେଇ ଭବିଷ୍ୟତ ରଣନୀତି ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିଚାରବିମର୍ଶ କରିବେ ।

Leave a Reply

Your email address will not be published. Required fields are marked *