ଭୁବନେଶ୍ୱର ୨୬ /୯ :- ମାଓ ଦମନ ନୀତି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରୟା ଦେଇ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ମୋବାଇଲ ସଂଯୋଗିକରଣ କଥା ବୈଠକରେ ମୁଖ୍ୟମନ୍ତ୍ରୀ ରଖିଛନ୍ତି। ରାଜ୍ୟର ୬୨୭୮ଟି ଗାଁରେ ମୋବାଇଲ ସଂଯୋଗ ବ୍ୟବସ୍ଥା ନାହିଁ। ନିକଟରେ ୪୪୮ଟି ମୋବାଇଲ ଟାୱାରକୁ କେନ୍ଦ୍ର ଅନୁମୋଦନ କରିଥିବାରୁ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। 

ମାଓ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସୁବିଧା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳର ପିଲାଙ୍କ ସଫଳତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏନଇଇଟି,ଅଇଅଇଟି,ଜେଇଇରେ ସଫଳତା ପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅର୍ଥନୈତିକ ବିକାଶ ଦିଗରେ ଜୟପୁରରୁ ମୋଟୁ ଭାୟା ମାଲାକାନଗିରି ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରିବାକୁ ମଧ୍ୟ ଦାବି କରିଛନ୍ତି। 

ମାଓ ପ୍ରଭାବିତ ଅଞ୍ଚଳରେ ରେଳ ଯୋଗାଯୋଗ ଯାହା ରେଳ ବିଭାଗ ଅଧିନରେ ରେ ଆସୁଛି। ତେଣୁ ମାଲକାନଗିରି ଭଦ୍ରଚେଲମ୍ ର ୧୫୩ କିମିଏବଂ ନବରଙ୍ଗପୁରରୁ ଜୁନାଗଡ଼ ୧୧୮ଳଜ୍ଞ ରେଳ ପଥ ମଧ୍ୟ ଅର୍ଥନୀତି ବିକାଶ ଦିଗରେ ସାହାର୍ଯ୍ୟକରିବ। ମାଓ ଅଂଚଳର ବିକାଶ ପାଇଁ ଆହୁରି ଅଧିକ ବ୍ୟାଙ୍କର ଆବଶ୍ୟକ ରହିଛି ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ଦେବେ ବୋଲି ସେ ବୈଠକରେ କହିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *