ମାଲକାନଗିରି ୨୭/୯/୨୧ (ନିର୍ଭୟ ସୂଚନା) ପ୍ରଭାକର ସୁନା ଙ୍କ ରିପୋର୍ଟ ମାଲକାନ ଗିରି ଜିଲ୍ଲାର ଖୋଇରପୁଟ ବ୍ଲକ ର ବିଭିନ୍ନ ଯାଗାରେ ବାତ୍ୟା ଗୁଲାବ ର ପ୍ରଭାବ ଦେଖିବାକୁ ମିଳିଛି ଅନେକ ସ୍ଥାନ ରେ ବଡ ବଡ ଗଛ ଓଲଟି ପଡିଥିବାବେଳେ କେତେକ ଘର ମଧ୍ଯ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଅଗ୍ନିଶମ ବାହିନି ଏବଂ ମୁଦୁଲି ପଡା ପୋଲିସ ପଡିଥିବା ବଡ ବଡ ଗଛ ସବୁ କାଟି ରାସ୍ତା ଘାଟ ସ୍ବଭାବିକ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଡିଓ ଏବଂ ସ୍ଥାନୀୟ ତହସିଲଦାର ମଧ୍ଯ ଉପସ୍ଥିତ ରହି ସମସ୍ତ ପ୍ରକାର ତଦାରଖ କରୁଛନ୍ତି।ସେହିପରି ଜିଲ୍ଲାର ମାଲକାନ ଗିରି ମୋଟୁ ମୂଖ୍ଯ ରାସ୍ତାର ଏମ୍ ଭି୯୬ ଦେଇ ଯାଇଥିବା ୩୨୬ ନମ୍ବର ରାଜ୍ଯ ରାଜପଥ ଉପରେ ଥିବା ଏକ ବ୍ରିଜ୍ ରେ ବନ୍ଯା ଜଳ ପ୍ରବାହିତ ହେଉଥିବାବେଳେ ସମସ୍ତ ଯାତ୍ରୀଙ୍କୁ ଦୁଇ ପାର୍ଶ୍ବ ରେ ଅଟକାଇ ଦିଆଯାଇଛି ।ଘଟଣା ସ୍ଥଳ ରେ MV୭୯ ଗ୍ରାମରେ ପୋଲିସ ଉପସ୍ଥିତ ରହି କୌଣସିପ୍ରକାର ଅପ୍ରିତିକର ପରିସ୍ଥିତି ଦେଖା ନ ଯାଏ ସେ ଉପରେ ଦୃଷ୍ଟିପାତ କରୁଛନ୍ତି। ବାତ୍ୟା ଗୁଲାବ ର ପ୍ରଭାବ ରେ ଏବେ ମଧ୍ଯ ଜିଲ୍ଲାର ଅନେକ ସ୍ଥାନ ରେ ସାମାନ୍ଯ ପବନ ସହ ଅଳ୍ପ ବର୍ଷା ମଧ୍ଯ ଲାଗିରହିଛି।

Leave a Reply

Your email address will not be published. Required fields are marked *