ସିନାପାଲି-୧୫/୯/ ନିପ୍ର :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଳପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୌଚନିୟ ହୋଇ ରହିଛି। ଗ୍ରାମ ର ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅ ରେ   ଜୁଡୁବୁଡୁ ହୋଇ  ଲୋକେ  ଯାତାୟାତ ହେଉଛନ୍ତି। ଏହାର ସୁବ୍ୟବସ୍ଥା କରିବାକୁ ଗ୍ରାମର ଯୁବଗୋଷ୍ଠୀ ସାଧାରଣ ରେ ଦାବୀ କରିଛନ୍ତି। ସୁଚନାଯୋଗ୍ୟଯେ ଗୋର୍ଲା ପଞ୍ଚାୟତ ମାଳପଡା ଗ୍ରାମର ସ୍କୁଲ ଛକ ଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅ ରେ ପଚପଚ ହେଉଥିବା ବେଳେ ମାସ ମାସ ଧରି କାଦୁଅ ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ପଞ୍ଚାୟତ ୱାର୍ଡ ମେମ୍ୱର ଠାରୁ ଆରମ୍ଭ କରି ସରପଞ୍ଚ ଙ୍କୁ ବାରମ୍ବାର ଉକ୍ତ ରାସ୍ତା ର ଶୌଚନିୟ ଅବସ୍ଥା ଥିବା ବିଷୟ ରେ ଜଣାଇଲେ ସୁଦ୍ଧା ତାର କୌଣସି ସୁବ୍ୟବସ୍ଥା କରୁନଥିବା ବେଳେ ଆଜି କରିବୁ କାଲି କରିବୁ ବୋଲି ଦିନ ଗହଲାଇ ଚାଲିଥିବା ବେଳେ ଏସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜଣାଇବାକୁ ବାରମ୍ବାର ଫୋନକଲ କଲେ ସୁଦ୍ଧା ଫୋନ ରିସିବ କରୁନଥିବା ବେଳେ ପଞ୍ଚାୟତ କର୍ତୁପକ୍ଷ ଉକ୍ତ ବିଷୟ କୁ ନେଇ କର୍ଣ୍ଣପାତ କରୁନାହାନ୍ତି ବୋଲି ଲୋକେ ପ୍ରକାଶ କରୁଛନ୍ତି। ଲଗାଣ ବର୍ଷା ଯୋଗୁ ଗଲିର ବିଭିନ୍ନ ରାସ୍ତା ଖାଲଖମାରେ କାଦୁଅ ପାଣି ଜମିରହି ଥିବାବେଳେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ୟ୍ଯନ୍ତ କାଦୁଅ ରେ ଯିବା ଆସିବା କରୁଛନ୍ତି। ମାସ ମାସ ଧରି ଏମିତି ଦୁର୍ଦ୍ଦଶା ଭୋଗୁଥିବା ରୁ ଏହାର ସୁବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ କରିବୁ ବୋଲି ଗ୍ରାମର ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ ପଞ୍ଚାୟତ ରେ ମଇଳା ଆବର୍ଜନା କାଦୁଅ ଡ୍ରେନ ସଫାସୁତୁରା ନିମନ୍ତେ ସରକାର ଙ୍କ ନିୟମ ମୁତାବକ ଖର୍ଚ୍ଚ ପାଇଁ ଅର୍ଥ ରହୁଥିବା ବେଲେ ଉଚିତ୍ ସ୍ଥାନ ରେ ଉପଯୁକ୍ତ ନକରୁଥିବା ବେଳେ କେବଳ କାଗଜ କଲମରେ ବିଲ କରି ଆତ୍ମସାତ କରୁଥିବା ଯୁବକ ତଥା ବୁଦ୍ଧି ଜୀବି ମାନେ ସନ୍ଦେହ କରୁଛନ୍ତି। ଜନ ଅଧିକାର ମଞ୍ଚ ସଭାପତି ପଦ୍ମନାଭ ଜଗତ ଉପସ୍ଥିତ ଅଧିକାର ମଞ୍ଚ ସଭାପତି ପଦ୍ମନାଭ ଜଗତ ଉପସ୍ଥିତ ଥିବାବେଳେ ଗ୍ରାମର ଯୁବଗୋଷ୍ଠୀ କୈଳାସ ସୁନାନୀ, ରାଜୁବାଗ, ଉଦୟ ନାଏକ, ଲୁକେସ ନାୟକ, ସୁଶାନ୍ତ ହଂସ, ଡିଗ୍ରେ ହଂସ, ନବିନ ବାଗ, ଗୁରୁଦେବ ସୁନାନୀ, ସନ୍ତୋଷ ସୁନାନୀ, ନିମାଇଁ ହଂସ, ମୋଟୁ ଚଣ୍ଡୀ, ଭବେଶ ବର୍ଗିଆ, ସୁରୁବାଗ, ଛତର ହଂସ ଅରୁଣ ହଂସ, ସମେତ ଗ୍ରାମର ଅନ୍ୟାନ୍ୟ ଯୁବକ ମାନେ ଗ୍ରାମର ଗଳିକନ୍ଦି ରାସ୍ତା ର ସୁବ୍ୟବସ୍ଥା ପାଇଁ ସାଧାରଣ ରେ ଦାବୀ କରିଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ସୁବ୍ୟବସ୍ଥା କରିବାକୁ ଦାବୀ ହୋଇଛି। ସିନାପାଲି ରୁ ଅଜିତ କୁମାର ଯୋଷୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *