ସିନାପାଲି:୨୫/୧୧ନିପ୍ର : ରାଷ୍ଟ୍ରୀୟ ପଛୁଆ ବର୍ଗ ନିଷ୍ପତ୍ତି କ୍ରମେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ତହସିଲ ଅଫିସ ଘେରାଉ କରାଯିବା ସହ ୬ଦଫା ସମ୍ବଳିତ ଦାବୀ ପତ୍ର ସିନାପାଲି ତହସିଲଦାର ଲୋକନାଥ ଶବର ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ କରଯଇଛି। ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଶତାଧିକ ପଛୁଆ ବର୍ଗ ର ଜନସାଧାରଣ ମିଳିତ ଭାବରେ ସିନାପାଲି ସହର ପରିକ୍ରମା କରିବା ସହ ସିନାପାଲି ବ୍ଲକ ଦେଇ ତହସିଲ ଅଫିସ ରେ ପହଞ୍ଚିଥିଲେ। ବିଭିନ୍ନ ପ୍ରକାର ଦାବୀ ର ସମାଧାନ ଦିଗରେ ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସାରା ଦେଶରେ ବ୍ୟାପକ ଜନ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେବା ସହ ଜୋର ଗର୍ଜିଥିଲେ। ଏହି ରାଷ୍ଟ୍ରୀୟ ପଛୁଆ ବର୍ଗ ର ରାଷ୍ଟ୍ର ବ୍ୟାପି ଚରଣବଦ୍ଧ ଆନ୍ଦୋଳନ ଭରତ ର ୩୧ ଟି ରାଜ୍ୟ,୫୫୦ ଜିଲ୍ଲା ଓ ୫୦୦୦ ତହସିଲ ରେ ଏହି ୬ ଦଫା ଦାବି କୁ ନେଇ ଆନ୍ଦୋଳନ କରାଯାଇଥିବା ବେଳେ ଆଗମୀ ଦିନରେ ଜିଲ୍ଲା ମୁଖ୍ୟାଳୟ, ଜିଲାପାଳ ଅଫିସ ଏପରିକି ଚତୁର୍ଥ ଚରଣରେ ରେଲୀ ସହିତ ଆସନ୍ତା ନଭେମ୍ବର ୨୫ ରେ ଜେଲଭରୋ ଆନ୍ଦୋଳନ ଓ ପଞ୍ଚମ ଚରଣ ଡିସେମ୍ବର ୧୦ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ଛି। ଏହି ଆନ୍ଦୋଳନ ର ୬ ଦଫା ଦାବି ମଧ୍ୟରୁ ଦେଶ ସ୍ବାଧୀନ ହେବାର ୭୪ ବର୍ଷ ପରେ ମଧ୍ୟ ପଶୁ ମାନଙ୍କ ଜନଗଣନା ହୋଇଛି ହେଲେ ପଛୁଆ ବର୍ଗ (obc) ମାନଙ୍କ ଜନଗଣନା ହୋଇ ନାହିଁ। ଯାହା ଫଳରେ ପ୍ରତିନିଧିତ୍ଵ ଅଧିକାର କ୍ଷେତ୍ର ରେ ବଞ୍ଚିତ କରି ରଖା ଯାଇଛି। ଦୀର୍ଘ ୭୪ ବର୍ଷଧରି ଯେଉଁ ଅନ୍ୟାୟ ହୋଇଛି। ଏପରିକି ବର୍ତ୍ତମାନ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଜାତି ଆଧାରିତ ଜନଗଣନା କରିବାକୁ ମନା କରିଦେଇଛି। ଯାହାକି ପଛୁଆ ବର୍ଗ ପାଇଁ ବିରାଟ ବଡ ଭୁଲ୍ କରିଛି ବୋଲି ପଛୁଆ ବର୍ଗ ମଞ୍ଚ ବେଶ୍ ଗର୍ଜିଥିଲେ। ପଛୁଆ ବର୍ଗ ଚାଷୀ ସଂଖ୍ୟା ଅଧିକ । ତିନୋଟି କୃଷୀ ଆଇନ ର ମାଧ୍ୟମରେ ଚାଷୀ ମାନଙ୍କ ଉତ୍ପାଦନ ସଙ୍ଗେ ସଙ୍ଗେ ତାଙ୍କ ଜମି ଉପରେ ପୁଞ୍ଜିପତି ମାନଙ୍କର କବଜା ବଢିବରେ ଲାଗିଛି ଏହା ଉପରେ ଅଙ୍କୁଶ ଲଗାଇବା, ଇଭିଏମ ମେସିନ ବନ୍ଦ କରି ୧୦୦ ପ୍ରତିଶତ ବୁଥ ରେ ବ୍ୟାଲେଟ ପେପର ଯୋଗେ ନିର୍ବାଚନ କରାଯିବା, କେନ୍ଦ୍ର ସରକାର ବ୍ୟାପକ ପରିମାଣରେ ଘରୋଇକରଣ କରାଯିବା କାରଣ ରୁ ଆରକ୍ଷଣ ଓ ପ୍ରତିନିଧିତ୍ଵ ସମାପ୍ତ ହେବାରେ ଲାଗିଛି ଏଣୁ ଆରକ୍ଷଣ ଲଗୁକରା ଯିବା ସହ ସରକାରୀ କର୍ମଚାରୀ ମାନଙ୍କୁ ପୁରୁଣା ପେନସନ ପ୍ରଦାନ କରିବା, ଚାକିରୀ, ଶିକ୍ଷା, ରାଜନୀତି କ୍ଷେତ୍ର ରେ ୨୭ ପ୍ରତିଶତ ଆରକ୍ଷଣ ଲଗୁ କରିବା ଆଦି ଦାବୀ ନେଇ ବେଶ୍ ଗର୍ଜୀ ଥିଲେ। ଏହି ଘେରାଉ ରେ ସିନାପାଲି ବ୍ଲକ ପଛୁଆ ବର୍ଗ ସଭାପତି ନିର୍ଥ ନାଏକ ଙ୍କ ନେତୃତ୍ଵରେ ପ୍ରେମଲାଲ ନାଏକ, ଲକ୍ଷ୍ମୀ ନାରାୟଣ ମାଲି, ଅଜବଳ ନାଏକ, ଦ୍ରୋଣ ମାଝି, ବୀଣାକର ବାଗ, ଧବଳେଶ୍ଵର ନାଏକ, ଶେଷବିନ୍ଦୁ ନାଏକ, ଆଶୁତୋଷ ନାଏକ, ଅଲେଖ ନାଏକ, ବାସୁଦେବ ମାଝୀ, ଗଣପତି ନାଏକ, ନାରାୟଣ ନାଏକ, ଭାସ୍କର ବାଗ, ସୁରୁଜ ନାଏକ, ଗଣେଶ ନାଏକ,ସମେତ ଶତାଧିକ ପଛୁଆ ବର୍ଗ ଓ ଅନ୍ୟାନ୍ୟ ବର୍ଗ ର ଲୋକେ ସାମିଲ ରହିଥିଲେ। ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା

Leave a Reply

Your email address will not be published. Required fields are marked *