ସିନାପାଲି,୯।୮(ନିପ୍ର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଭୁଶୁଡି ପଡିଥିବା ଜଣାପଡିଛି। ଘର ଭାଙ୍ଗି ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ।ବର୍ତ୍ତମାନ ପରିବାର ନିରାଶ୍ରୟ ହୋଇପଡିଛନ୍ତି। ଏନେଇ ବୃଦ୍ଧା ଜଣକ ସ୍ଥାନୀୟ ଭରୁଆମୁଣ୍ଡା ରାଜସ୍ୱ ନିରୀକ୍ଷକ ବିଶାଳ କୁମାର ପାତ୍ର ଙ୍କୁ ଲିଖିତ ଭାବେ ଜଣାଇଥିଲେ। ସୂଚନା ପାଇ ରାଜସ୍ୱ ନିରୀକ୍ଷକ ଶ୍ରୀ ସାହୁ ଲଗାଣ ବର୍ଷାରେ ଭିଜିଭିଜି ସମ୍ପୃକ୍ତ ପରିବାର ପାଖରେ ପହଞ୍ଚି ଏକ ପଲିଥିନ ପ୍ରଦାନ କରିବା ସହ ପରିବାର ର ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଯେ ସାବିତ୍ରୀ ବାଗ ର ପରିବାର ଏକ ଗରିବ ପରିବାର ହୋଇଥିବା ବେଳେ ପରିବାରରେ ପାଞ୍ଚ ସଦସ୍ୟ ଅଛନ୍ତି। ପୁଅ ମନୋଜ ବାଗ ଓ ବୋହୁ ସିନ୍ଧୁମତୀ ପରିବାର ପ୍ରତିପୋଷଣ ପାଇଁ ଦାଦନ ଯାଇଥିବା ବେଳେ ଘରେ ବୃଦ୍ଧା ମାଆ ସବିତ୍ରୀଙ୍କ ସହ ଦୁଇ ପୁଅଝିଅ ରହନ୍ତି। ପୁଅ ବୋହୂ ରୋଜଗାର କରି ଯାହା ପଠାନ୍ତି ସେଥିରେ ପରିବାର ଚଳନ୍ତି। ବୃଦ୍ଧା ସବିତ୍ରୀଙ୍କୁ ମାସିକ ଭତ୍ତା ପାଞ୍ଚଶହ ମିଳୁଥିବା ବେଳେ ରାସନ କାର୍ଡର ଚାଉଳ ପଚିସି କିଗ୍ରରେ ଚଳନ୍ତି। ଜମିବାଡ଼ି ନାମକୁ ମାତ୍ର ଥିବା ବେଳେ ଭଲ ଘର ଖଣ୍ଡିକ ଭାଗ୍ୟରେ ଜୁଟି ପାରି ନାହାନ୍ତି। ଭଙ୍ଗା ଦଦରା ଖପର ଘରେ ବିପଦ ସଂକୁଳ ଅବସ୍ଥାରେ ରହି ଆସୁଛନ୍ତି। କେଉଁ ମୁହୂର୍ତ୍ତରେ ଘର ଭୁଶୁଡି ଅକାଲେ ଧନଜୀବନ ନଷ୍ଟ ହେବ ,ତାହା କହିହେବ ନାହିଁ। ଏଭଳି ସ୍ଥିତିରେ ଆଜି ଲଗାଣ ବର୍ଷାରେ ଘର ଭୁଶୁଡି ଭାଙ୍ଗି ପଡିଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ପରିବାର ନିରାଶ୍ରୟ ହୋଇ ପଡ଼ିଥିବା ବେଳେ ଘର ଖଣ୍ଡିକ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ସେ ଅବଗତ କରାଇଥିଲେ । ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ କରି ପରିବାରର ସବିଶେଷ ବିବରଣୀ ସିନାପାଲି ତହସିଲଦାର ଙ୍କୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଭରୁଆମୁଣ୍ଡା ରାଜସ୍ୱ ନିରୀକ୍ଷକ ଙ୍କ ତ୍ୱରିତ ପଦକ୍ଷେପ ପାଇଁ ସମ୍ପୃକ୍ତ ପରିବାର ପକ୍ଷରୁ ଧନ୍ୟବାଦ ଜଣାଇବା ସହ ରାଜସ୍ୱ ନିରୀକ୍ଷକ ଙ୍କ ସକ୍ରିୟ କାର୍ଯ୍ୟ ଦକ୍ଷତା କୁ ନେଇ ବିଭିନ୍ନ ମହଳରେ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଛନ୍ତି। ସମ୍ପୃକ୍ତ ପରିବାରକୁ ଯଥାଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇଦେବାକୁ ପରିବାର ପକ୍ଷରୁ ନିବେଦନ କରିଛନ୍ତି।
,ସିନାପାଲିରୁ ଅଜିତ କୁମାର ଯୋଶୀ ଙ୍କ ରିପୋର୍ଟ ନିର୍ଭୟ ସୂଚନା