ଏକାମ୍ର କ୍ଷେତ୍ରର ପାରିପାର୍ଶ୍ବିକ ବିକାଶ ଚାଲଛି। କୋଷେ ଦୂରରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଦେଖାଯିବା ନିମନ୍ତେ ବ୍ୟବସ୍ଥା ହେଉଛି। ପାର୍କିଂ ସ୍ଥଳ, ନୋ ଭେଣ୍ଡିଂ ଜୋନ୍‌, ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା, ଫୁଲ କୁଣ୍ଡ, ଜୋତା ଷ୍ଟାଣ୍ଡ ପ୍ରଭୃତି ଚିହ୍ନଟ ହୋଇଛି।ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଛି, କିନ୍ତୁ ଏବେ କିଛି ବ୍ୟବସାୟୀ ନୋ ଭେଣ୍ଡିଂ ଜୋନ୍‌ (ନିଷିଦ୍ଧାଞ୍ଚଳ)ରେ ପଶି ବ୍ୟବସାୟ କରୁଛନ୍ତି। ଫଳରେ ସୁସ୍ଥ ପରିବେଶ ବ୍ୟାଘାତ ହେଉଛି। ଏହି ଅମାନିଆ ବ୍ୟବସାୟୀଙ୍କୁ ହଟାଇବା ସହିତ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ କରିବାକୁ ବିଏମ୍‌ସି ଡେପୁଟି କମିସନର କମଲଜିତ୍‌ ଦାସ ଅତିରିକ୍ତ ପୁଲିସ କମିସନର (ଏସିପି) ଜୋନ୍‌-୨ଙ୍କୁ ଚିଠି ଲେଖିଛନ୍ତି। ଶୀଘ୍ର ପୁଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ମୁତୟନ କରାଯିବା ସହିତ ଅନଧିକାର ପ୍ରବେଶ କରି ବ୍ୟବସାୟ କରୁଥିବା ଦୋକାନୀଙ୍କୁ ହଟାଇବା ନିମନ୍ତେ ପଦକ୍ଷେପ ନେବାକୁ ଜୋନ୍‌ ଏସିପିଙ୍କଠାରୁ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।