ଚାନ୍ଦବାଲି ୨୭ /୯ -ଶରତ ଚନ୍ଦ୍ର ପଣ୍ଡା- ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ର ଡାକରାର ପ୍ରଭାବ ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ସହିତ ବିଭିନ୍ନ ମାଲବାହୀ ଗାଡି ଗୁଡ଼ିକ ରାସ୍ତାରେ ଅଟକି ରହିଛି । ସ୍କୁଲ, କଲେଜ , ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି ।ଏମିତି କି ଚାନ୍ଦବାଲି କଚେରୀ ଫାଟକ ପାଖରୁ ବିଚାରପତିଙ୍କୁ ଫେରାଇଲେ ଆନ୍ଦୋଳନ କାରୀ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ  ୩ କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କଂଗ୍ରେସ, ସି ପି ଆଇ, ସି ପି ଏମ୍ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ଆଦି ସମର୍ଥନ ଦେଇଇଛନ୍ତି। ବିଶେଷ କରି ଅଖିଳ ଭାରତୀୟ ଛାତ୍ର ସଙ୍ଘ ବିଭିନ୍ନ ପ୍ରକାରର ସ୍ଲୋଗାନ ପକାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ଚାନ୍ଦବାଲିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିଥିବା ଜଣାଯାଇଛି। ତେବେ ଜରୁରୀ କାଳୀନ ଗାଡି ଗୁଡିକୁ ଆନ୍ଦୋଳନକାରୀମାନେ ଛାଡ଼ି ଦେଇଥିବାର ଦେଖିବାକୁ ମିଳିଛି। ଉକ୍ତ ବନ୍ଦ ଡାକରାକୁ ସଫଳ ରୂପାୟନ ପାଇଁ ଉପେନ୍ଦ୍ର ରାଉଳ, କହ୍ନୁ ଚରଣ ପରିଡା , ମୁରଲୀଧର ପରିଡା, କିଣୁରାମ ଜେନା ,ସୁବାସ ନାୟକ ,ବିକାଶ ନାଥ ପ୍ରମୁଖ ନେତୃତ୍ବ ନେଇଥିଲେ ।

Leave a Reply

Your email address will not be published. Required fields are marked *